କାନାଡ଼ାର ନୂଆ ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ

add-all

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାନାଡାର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ମାର୍କ କାର୍ନି ଏବଂ ତାଙ୍କ ବିଜୟ ପାଇଁ ଲିବରାଲ ପାର୍ଟିକୁ ଅଭିନନ୍ଦନ ଜଣାଇଛନ୍ତି।
ଏକ ସୋସିଆଲ ମିଡିଆ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି, ଭାରତ ଏବଂ କାନାଡା ମିଳିତ ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଇନର ଶାସନ ପ୍ରତି ଦୃଢ଼ ପ୍ରତିବଦ୍ଧତା ଏବଂ ଜନସାଧାରଣଙ୍କ ମଧ୍ୟରେ ଜୀବନ୍ତ ସମ୍ପର୍କ ଦ୍ୱାରା ବନ୍ଧା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାଗିଦାରୀକୁ ସୁଦୃଢ଼ କରିବା ଓ ଭାରତ ଏବଂ କାନାଡାର ଲୋକଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ପାଇଁ ସେ ତାଙ୍କ ସହ କାମ କରିବାକୁ ଆଗ୍ରହୀ।

ad-week
Leave A Reply

Your email address will not be published.