ମେ’ ୧ ଓ ୨ରେ ଜାତୀୟ ଆୟୁଷ ମିଶନ ସମ୍ମିଳନୀ

add-all

ନୂଆଦିଲ୍ଲୀ : ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ମେ’ ପହିଲା ଓ ୨ ତାରିଖରେ ମହାରାଷ୍ଟ୍ରର ଲୋନାଭାଲାଠାରେ ଜାତୀୟ ଆୟୁଷ ମିଶନ ସମ୍ମିଳନୀ ଆୟୋଜନ କରାଯିବ। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ଭାରତରେ ଆୟୁଷ ଭିତ୍ତିକ ସ୍ୱାସ୍ଥ୍ୟସେବାର ଭବିଷ୍ୟତ ଗଠନ ପାଇଁ ଏକ ଜାତୀୟ ମଞ୍ଚ ଭାବରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି। ଆୟୁଷ ବିଶେଷଜ୍ଞ, ନୀତି ନିର୍ଦ୍ଧାରକ, ସ୍ୱାସ୍ଥ୍ୟ ବୃତ୍ତିଜୀବୀ, ଗବେଷକ ଏବଂ ଉଦ୍ଭାବକମାନଙ୍କୁ ଏକାଠି କରି ଏହି ସମ୍ମିଳନୀରେ ପାରମ୍ପରିକ ଭାରତୀୟ ଔଷଧ ପ୍ରଣାଳୀକୁ ମୁଖ୍ୟସ୍ରୋତର ସ୍ୱାସ୍ଥ୍ୟସେବାରେ ଏକୀକରଣକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଏହି ସମ୍ମିଳନୀକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆୟୁଷ ମନ୍ତ୍ରୀ କହିଛନ୍ତି ଯେ ସମଗ୍ର ଦେଶରେ ସୁସ୍ଥତା ଏବଂ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଏକ ସହଯୋଗୀ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଦିଗରେ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏକ ସୁଦୃଢ଼ ଏବଂ ସମନ୍ୱିତ ଆୟୁଷ ଢାଞ୍ଚା ମାଧ୍ୟମରେ ସମସ୍ତଙ୍କ ପାଇଁ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣକୁ ଆଗକୁ ନେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.