କଟକ : କଟକରେ ଏନଆଇଏ ଟିମ୍ । କଟକ ଦେଉଳସାହିରେ ଏନଆଇଏର ୩ ଜଣିଆ ଟିମ୍ ମଙ୍ଗଳବାର ପଚରାଉଚରା କରିଛନ୍ତି।
ରଞ୍ଜିତ ଭୋଳଙ୍କ ଘରେ ପ୍ରାୟ ୨ ଘଣ୍ଟା ପଚରାଉଚରା କରିଛି ଟିମ୍। ପହଲ୍ଗାମ୍ ଆତଙ୍କୀ ଆକ୍ରମଣ ବେଳେ ଉପସ୍ଥିତ ଥିଲେ ଭୋଳ ପରିବାର।
ବାପା, ମାଆ, ପୁଅ, ବୋହୂ, ୪ ଜଣ ପହଲ୍ଗାମ୍ ବୁଲିବାକୁ ଯାଇଥିଲେ। ନିଜ ଆଖିରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡକୁ ଦେଖିଥିଲେ । ସୌଭାଗ୍ୟବଶତଃ ସମସ୍ତେ ଜୀବନ ବଞ୍ଚାଇ ଫେରି ଆସିଥିଲେ।
