ସମ୍ବଲପୁର : ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ଆସନ୍ତାକାଲି (ଏପ୍ରିଲ ୩୦) ଅକ୍ଷୟ ତୃତୀୟା ଠାରୁ ପ୍ରତ୍ୟେକ ଦିନ ଅପରାହ୍ନ ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଘଣ୍ଟାରେ ଖବର ଶୀର୍ଷକ (News Headlines) ପ୍ରସାରଣ କରାଯିବ। ଶ୍ରୋତାମାନେ ୧୦୧ ଏଫ୍.ଏମ. ମହାନଦୀ ଏବଂ ୯୪୫ କିଲୋହର୍ଜ ଯୋଗେ ପ୍ରତି ଘଣ୍ଟାର ମୁଖ୍ୟ ସମ୍ବାଦ ଗୁଡ଼ିକୁ ଶୁଣିପାରିବେ। ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ଖୁବ୍ଶୀଘ୍ର ଆଉ ଦୁଇଟି ସୂଚନା ଭିତିକ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି।
୨୦୧୬ ମସିହା ଜାନୁୟାରୀ ମାସ ୨୩ ତାରିଖ ମହାନ୍ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ପକ୍ଷରୁ ପ୍ରଥମ ଆଞ୍ଚଳିକ ସମ୍ବାଦ ପ୍ରସାରଣ ସନ୍ଧ୍ୟାରେ ଆରମ୍ଭ ହୋଇଥିଲା। ପରବର୍ତୀ ସମୟରେ ୨୦୨୦ ମସିହା ମାର୍ଚ୍ଚ ୧ ତାରିଖରୁ ପ୍ରାତଃ ସମ୍ବାଦ ପ୍ରସାରଣ ଆରମ୍ଭ ହୋଇଥିଲା। ସମ୍ବଲପୁର ଆକାଶବାଣୀ କେନ୍ଦ୍ରର ସମାଚାର ବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ସଦାସର୍ବଦା ପଶ୍ଚିମ ଓଡ଼ିଶାବାସୀଙ୍କ ସୂଚନା ପାଇଁ ସମର୍ପିତ ରହିଆସିଛି। ନିର୍ଭରଯୋଗ୍ୟ ସମ୍ବାଦ ପରିବେଷଣ କରିବା ପାଇଁ କେନ୍ଦ୍ର ପକ୍ଷରୁ ସର୍ବଦା ପ୍ରଚେଷ୍ଟା ଜାରି ରହିଛି।
