ଜବର ଦଖଲକାରୀ ଆଇନର ଭୟ ଦେଖାଉଛନ୍ତି।…….!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜବର ଦଖଲ ଯୋଗୁଁ ଅଶୋକା ସିନେମା ହଲ ଠାରୁ ରାସ୍ତା ଅଣଅସାରିଆ ହୋଇ ବିନାୟକ ବଜାର, ଲକ୍ଷ୍ମୀ ବଜାର ର ଖମେଶ୍ବରୀ ପ୍ରବେଶପଥ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଡ୍ରେନେଜ ଉପରେ ଦୋକାନ ଗୃହ ନିର୍ମାଣ କରି ଜବର ଦଖଲ କରାଯାଇଛି। ଡ୍ରେନ ଉପରେ ଗୃହ ନିର୍ମାଣ କରିବା ଫଳରେ ବର୍ଷା ଦିନେ ବର୍ଷା ଜଳ ଦୀର୍ଘ ଘଣ୍ଟା ପର୍ଯ୍ୟନ୍ତ ଜମି ରହୁଛି। କୁତ୍ରିମ ବନ୍ୟାର ସୃଷ୍ଟି ହେଉଛି। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଜବର ଦଖଲ ଉଚ୍ଛେଦ ପାଇଁ ଉଦ୍ୟମ କଲେ ଜବର ଦଖଲ କରିଥିବା ବ୍ୟକ୍ତି ବିଶେଷ ମାନେ ଆଇନର ଆଶ୍ରୟ ନେଇଥିବା କାଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି। ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରୁ ଆସିକା ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପର୍ଯ୍ୟନ୍ତ ବି ରାସ୍ତା ଦିନକୁ ଦିନ ସଂକୁଚିତ ହେଉଛି। ଆସିକା ସହର ଦେଇ ଅଶୋକ ସିନେମା ହଲ ଠାରୁ ଲକ୍ଷ୍ମୀବଜାର ପର୍ଯ୍ୟନ୍ତ ପ୍ରତି ମୁହୂର୍ତ୍ତ ରେ ଟ୍ରାଫିକ ସମସ୍ୟା ଲାଗିରହୁଛି। ଅଧିକାଂଶ କରି ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ମାନେ ଜବର ଦଖଲ କରିଛନ୍ତି। ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଉ ହେଉ ସରକାରୀ ଜମିରୁ ଜବର ଦଖଲ କାରୀଙ୍କୁ ହଟା ଯିବ ବୋଲି ରାଜସ୍ୱ ମନ୍ତ୍ରୀ ଆହ୍ୱାନ ଫମ୍ପାବାଣ ସଦୃଶ୍ୟ ହୋଇଛି।ଆଗାମୀ ବର୍ଷା ଋତୁ ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ଜବର ଦଖଲ ଉଚ୍ଛେ ଦ କରିବାକୁ ନଗର ଉନ୍ନୟନ ବିଭାଗ ବୁଦ୍ଧିଜୀବୀ ମହଲ ରୁ ଦାବୀ ହେଉଛି।
