ତାଣ୍ଡବଲୀଳା ରଚିଲା କାଳବୈଶାଖୀ, ପଡିଆ ବ୍ଲକରେ ୭୦ ରୁ ଉର୍ଦ୍ଧ ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି

add-all

ମାଲକାନଗିରି ୨୯/୦୪ : ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ବ୍ଲକର ବିଭିନ୍ନ ସ୍ଥାନରେ ହୋଇଥିବା ମାତ୍ର କେଇ ମିନିଟର କାଳ ବୈଶାଖୀ ଝଡ଼ ତୋଫାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ମୂଖ୍ୟତଃ ପଡିଆ ବଜାରରେ ରହିଥିବା ଖ୍ରୀଷ୍ଟିଆନ ସାହିର ନାଗୁଲୁ ଚିନା ରାଜୁ, ଚୀନାମ ମୀନତି, ୱାନ୍ତାଲ ୱାରା ଲକ୍ଷ୍ମି ସମେତ ପଡିଆ ପଞ୍ଚାୟତରେ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ପଡିଆ ସ୍ଥିତ ସରକାରୀ ମଦ ଦୋକାନର ଛପର ଉଡ଼ିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ସେହିପରି କାଲଦାପଲ୍ଲୀ, ବାପ଼ନପଲ୍ଲୀ ଓ ମାଟେରୁ ପଞ୍ଚାୟତର ବିଭିନ୍ନ ସ୍ଥାନରେ ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ଲୋକଙ୍କ ଘରର ଛପର ଉଡ଼ିବା ଓ କାନ୍ଥ ଭୁଷୁଡିବା ଚିତ୍ର ସାମ୍ନାକୁ ଆସିଛି। ଅନ୍ୟପଟେ ପଡିଆ ଗ୍ରାମ ସ୍ଥିତ ଗୋପି ସାହିରେ ଏକ ବିରାଟକାୟ ଗଛ ନିକଟସ୍ଥ ଘର ଉପରେ ପଡି ଯାଇଥିବା ଦେଖିବାକୁ ମିଳିଛି। ସେହିପରି କାଲଦାପଲ୍ଲୀ ପଞ୍ଚାୟତ ସଦର ମହକୁମା ସମେତ କୋଲାକୋଣ୍ଡା, ଏମଭି ୫୯, ସୁପୂଲୁର ଓ ସୋଡ଼ୀଗୁଡା ଗ୍ରାମରେ ମଧ୍ୟ ଏକାଧିକ ଲୋକଙ୍କ ଘର ଛପର ଉଡିଯାଇଥିବା ଦେଖିବାକୁ ମିଳିଛି ।ପଡିଆ ଥାନା ନିକଟରେ ଥିବା ଏକ ବିରାଟକାୟ ଗଛ ଭାଙ୍ଗିବାରୁ ଯାତାୟତ ଏକ ପ୍ରକାର ଠପ ହୋଇ ପଡିଛି । ବ୍ଲକ ସଦର ମହକୁମାକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତା ଉପରେ ରାସ୍ତା କଡ଼ର ଗଛ ଗୁଡିକ ଭାଙ୍ଗି ପଡିବାରୁ ଯାତାୟତ ପ୍ରଭାବିତ ହୋଇଛି। ଅନ୍ୟପଟେ କାଳ ବୈଶାଖୀ ଝଡ଼ ବର୍ଷା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ଟିମ୍ ବିଭିନ୍ନ ସ୍ଥାନକୁ ଯାଇ ଗଛ କାଟି ସଫା କରୁଥିବା ବେଳେ ପଡିଆ ରାଜସ୍ୱ ଅଧିକାରୀ ଚିନ୍ମୟ କୁମାର ମହାପାତ୍ର ପଡିଆ ବଜାର ଓ ଆଖପାଖ ଅଞ୍ଛଳରେ ବୁଲି କ୍ଷୟକ୍ଷତି ଆକଳନ କରୁଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.