ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ କାର୍ଯ୍ୟରତ ଏସ. ଗିରିଧର ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ପଦୋନ୍ନତି ପାଇଛନ୍ତି। ଏହି ଅବସରରେ ହିଞ୍ଜିଳିକାଟୁ ବ୍ଳକ୍ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ହିଞ୍ଜିଳିକାଟୁ ପୈାରାଞ୍ଚଳ ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପରିସରରେ ସ୍ଥାନୀୟ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି କାହ୍ନୁଚରଣ ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶିଲ କୁମାର ପାତ୍ର, ବାଳକୃଷ୍ଣ ପାତ୍ର, ସୂର୍ଯ୍ୟକାନ୍ତି ପାତ୍ର , ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ପି. ଶିଶିର କୁମାର ପାତ୍ର, ଉପସଭାପତି ଜି. ତ୍ରିପତି ପ୍ରମୁଖ ମଞ୍ଚାସିନ ଥିଲେ। ପ୍ରାକ୍ତନ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧରଙ୍କ ବଳିଷ୍ଠ ନେତୃତ୍ବ ଓ ଅବଦାନ ସକାଶେ ହିଞ୍ଜିଳିକାଟୁ ବ୍ଳକ ଶିକ୍ଷା କ୍ଷେତ୍ରର ସର୍ବୋଚ୍ଚ ସ୍ଥାନ ଅଧିକାର କରିପାରିଥିଲା ।‌ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କୁ ଉଚିତ ମାର୍ଗଦର୍ଶନ କରିବା ସହ ତାଙ୍କରି ପ୍ରେରଣା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଆଗାମୀ ଦିନରେ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ସହାୟକ ହୋଇପାରିବ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ। ପରିଶେଷରେ ବିଦାୟୀ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ବ୍ଳକର ବହୁ ପ୍ରାଥମିକ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.