ଆସିଲା ଆଜ୍ଞାମାଳ; ଆରମ୍ଭ ହେଲା ମହାପ୍ରଭୁଙ୍କ ରଥ ନିର୍ମାଣ ଅନୁକୂଳ

add-all

ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜିଠାରୁ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥକାଠ ଅନୁକୁଳ ହୋଇଯାଇଛି। ଏଥିସହ ନୀତି ଓ ଚନ୍ଦନଯାତ୍ରା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇ ରଥକାଠ ଅନୂକୁଳ ହୋଇଛି। ଆଜି ରାତି ୩ଟାରୁ ମହାପ୍ରଭୁଙ୍କର ଦ୍ୱାର ଫିଟା ନୀତି କରାଯାଇ ଅନ୍ୟାନ୍ୟ ନୀତି ମଧ୍ୟ ବଢାଯାଇଥିଲା।
ମଙ୍ଗଳ ଆରତୀ ପରେ ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ଚନ୍ଦନବେଢା ଖଇକୋରା ଭୋଗ, ସର୍ବାଙ୍ଗ ବେଶ ସରି ଦକ୍ଷିଣ ଘର ଭୋଗ ପରେ ପ୍ରାୟ ଦିନ ୩ଟାରେ ମଧ୍ୟାହ୍ନ ଧୂପ ନୀତି କରାଯିବାକୁ ସ୍ଥିର ହୋଇଥିଲା। ସେପଟେ ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରା ହେବ। ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀ ସଜେଇ ହୋଇରହିଛି।
ପୁରୀ ଏସ୍‌ପି କହିଛନ୍ତି, ପବିତ୍ର ଅକ୍ଷୟ ତୃତୀୟ ଅବସରରେ ମହାପ୍ରଭୁଙ୍କ ରଥକାଠ ଅନୁକୂଳ ହୋଇଛି। ମହାପ୍ରଭୁଙ୍କ ରଥଯାତ୍ରା ଓ ଚନ୍ଦନଯାତ୍ରା କାର୍ଯ୍ୟ ସୁରୁଖୁରୁରେ ହେବ। ମହାପ୍ରଭୁଙ୍କ ଏହା ଏକ ବଡ଼ ଅନୁଭୂତି ରହିବ। ସୁରକ୍ଷା ବ୍ୟବସ୍ଥା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।
ସୁଭଦ୍ରା ରଥର ବିଶ୍ବକର୍ମା କହିଛନ୍ତି, ପରଂପରା ଅନୁସାରେ ରୀତିନୀତି ଅନୁଷ୍ଠିତ ହୋଇଛି। ଗୁଣ୍ଡିଚା ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଶେଷ ହେବ। ମହାପ୍ରଭୁ ତାଙ୍କର କାମ ସୁରୁଖୁରୁରେ କରିବା ପାଇଁ ନିର୍ଦ୍ଦେଶ ଦେବେ।

ad-week
Leave A Reply

Your email address will not be published.