ଆସିକା ତହସିଲ ବଡ଼ଖୋଲି ପଞ୍ଚାୟତ ରୁ ବେଧଡକ ବାଲି ଚାଲାଣ ଚେଇଁ ସୋଇଛି ପ୍ରଶାସନ ….!

add-all

ଚୋରା ବାଲି ଚାଲାଣ ଯୋଗୁଁ ୬ ଟି ଥାନା ଇଲାକା ମାଲା ମାଲ ……!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ତହସିଲ ଅନ୍ତର୍ଗତ ବଡ଼ଖୋଲି ପଞ୍ଚାୟତ ନିକଟରେ ଥିବା ବଡ଼ନଦୀ ରୁ ଟ୍ରକ, ହାଇୱା ଓ ଟିପର ଯୋଗେ କବିସୂର୍ଯ୍ୟନଗର, କୋଦଳା, ବେଗୁନିଆପଡା, ପୁରୁଷୋତ୍ତମପୁର, ଖଲ୍ଲିକୋଟ ଓ ହିଞ୍ଜିଳି ଥାନା ଇଲାକା ଦେଇ ପ୍ରତିଦିନ ବିନା ୱାଇ-ଫର୍ମ ରେ ବାଲି ଯାଉଥିବା ଅଭିଯୋଗ ଆସୁଛି । ବଡ଼ଖୋଲି ପଞ୍ଚାୟତ ନିକଟରେ ଥିବା ବାଲି ଘାଟ ଲିଜ ହୋଇଥିବା ଦର୍ଶା ଯାଉଛି। ସରକାରୀ କାଗଜ କଲମରେ କେବଳ ଦିନକୁ ହାତ ଗଣତି ଭାବେ ୱାଇ-ଫର୍ମ ରେ ସ୍ୱଳ୍ପ ଗାଡ଼ିକୁ ଦର୍ଶାଯାଉଥିବା ଅଭିଯୋଗ ହେଉଛି। ମ୍ୟାଜିକ ପେନକୁ ବହୁଳ ଭାବରେ ମଧ୍ୟ ବ୍ୟବହାର କରାଯାଉଛି। ମ୍ୟାଜିକ କଲମ ରେ ଲେଖି ପୁଣି ସେ ଲେଖା ଥିବା ତାରିଖକୁ ଗରମ କରି ନିଭେଇ ଦେଇ ସଙ୍ଗେ ସଙ୍ଗେ ପୁଣି ସମୟ ତାରିଖ ବଦଳା ଯାଉଥିବା ଅଭିଯୋଗ ହେଉଛି।ଯାହାକି ପ୍ରଶାସନ କୁ ସବୁକିଛି ଜ୍ଞାତ ଅଛି l ସୂଚନା ଥାଉକି କିଛି ବର୍ଷ ପୂର୍ବେ ଆସିକା ପୋଲିସ ମ୍ୟାଜିକ କଲମ ବ୍ୟବହାର କରୁଥିବା ରେକେଟର ପର୍ଦାଫାସ କରିଥିଲେ। ବାବୁ-ନେତା- ମାଫିଆ ମାନଙ୍କ ମିଲିଭଗତ ଯୋଗୁଁ ଲଘୁ ଖଣିଜ ଦ୍ରବ୍ୟ ଜିଲ୍ଲାର କୋଣ ଅନୁକୋଣରୁ ଲୁଟ ହେଉଥିବା ଚର୍ଚ୍ଚା ହେଉଛି। ଛ”ଛ” ଟି ଥାନା ଦେଇ ବିନା ୱାଇ-ଫର୍ମ ରେ ବାଲି ଚାଲାଣ କିପରି ହେଉଛି ଯାହା ଫଳରେ ସ୍ପଷ୍ଟ ଜାଣି ହେଉଛି ମାଫିଆ ମାନେ ଉକ୍ତ ଥାନା ଗୁଡିକୁ ମାସିଆରି ବଟି ଦେଇ ଅତି ସୁରୁଖୁରୁରେ ବ୍ୟବସାୟ ଚଳାଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ଚୋରା ବାଲି ଚାଲାଣ ପାଇଁ ରାଜସ୍ୱ ଓ ଖଣି ବିଭାଗ ର ସିଂହ ଭାଗ ଥିବା ବେଳେ ପୋଲିସ ଗାଡ଼ି ପିଛା ଫିକ୍ସିଙ୍ଗ କରିଥିବା ନେଇ ଚର୍ଚ୍ଚା ହେଉଛି। ତେଣୁ ଜିଲ୍ଲା ପୋଲିସ ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହେଉଛି l

ad-week
Leave A Reply

Your email address will not be published.