ନିବେଶକଙ୍କ ପାଇଁ ଖୁସି ଖବର: ଗ୍ରୀନ୍‌ ଜୋନ୍‌କୁ ଗଲା ଭାରତୀୟ ସେୟାର ବଜାର

Independence

ନୂଆଦିଲ୍ଳୀ: ଭାରତୀୟ ସେୟାଜ୍‌ ବଜାର ପାଇଁ ଆଜି ଶୁଭ ସାବ୍ୟସ୍ତ ହୋଇଛି। ନିବେଶକଙ୍କ ପାଇଁ ଖୁସି ଖବର। କାରଣ ଭାରତର ଷ୍ଟକ୍‌ ମାର୍କେଟ ଆଜି ସବୁଜ ଜୋନ୍‌ରୁ ଆରମ୍ଭ ହୋଇଛି।

ଆଜି ସକାଳ ୧୦ଟା ସୁଦ୍ଧା ଏସ୍‌ଆଣ୍ଡ୍‌ପି ବିଏସ୍‌ଇ ସେନ୍ସେକ୍ସ ୮୬୭.୪୮ ପଏଣ୍ଟ ବୃଦ୍ଧି ପାଇ ୮୧,୧୦୯.୭୨ରେ ପହଞ୍ଚିଛି। ସେହିପରି ଏନ୍‌ଏସଇଇ ନିଫ୍ଟି୫୦ ୨୪୭.୯୦ ପଏଣ୍ଟ ବୃଦ୍ଧି ପାଇ ୨୪,୫୮୨.୧୦ରେ କାରବାର ଆରମ୍ଭ କରିଥିଲା।

ଆଦାନୀ ପୋର୍ଟସ୍ ଏବଂ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ ସେନ୍ସେକ୍ସରେ ୪.୭୦% ବୃଦ୍ଧି ସହିତ ନେତୃତ୍ୱ ନେଇଥିଲା। ତା’ପରେ ମାରୁତି ସୁଜୁକି ୨.୩୨% ବୃଦ୍ଧି ପାଇଥିଲା। ଇଣ୍ଡସଲାଣ୍ଡ୍‌ ବ୍ୟାଙ୍କ ୧.୯୭% ବୃଦ୍ଧି ପାଇଥିବା ଦେଖିବାକୁ ମିଳିିଛି। ସେହିପରି ଏଟର୍ନାଲ୍ ୧.୭୨% ବୃଦ୍ଧି ପାଇଥିଲା ଏବଂ ଆକ୍ସିସ୍ ବ୍ୟାଙ୍କ ୧.୫୩% ବୃଦ୍ଧି ପାଇଛି।

ନେସଲେ ଇଣ୍ଡିଆର ସର୍ବାଧିକ ୧.୧୯% ହ୍ରାସ ଘଟିଛି। ଟାଇଟାନ୍ କମ୍ପାନୀର ସେୟାର ୧.୧୪% ହ୍ରାସ ପାଇଛି, ଯେତେବେଳେ ବଜାଜ୍ ଫିନସର୍ଭ ୦.୫୩% ହ୍ରାସ ପାଇଛି। ହିନ୍ଦୁସ୍ତାନ ୟୁନିଲିଭରର ସେୟାର ୦.୫୧% ଏବଂ ପାୱାର ଗ୍ରୀଡ୍ କର୍ପୋରେସନର ସେୟାର ୦.୨୯% ହ୍ରାସ ପାଇଛି।

ad-week
Leave A Reply

Your email address will not be published.