ପୁରୀ : ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ମନ୍ଦିର ବିବାଦ ନେଇ ମୁହଁ ଖୋଲିଲେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର। କହିଲେ, ପୁରୀ ଛଡ଼ା ଆଉ କେଉଁଠି ବ୍ରହ୍ମ ନାହିଁ । ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ବୁଝାଏ । ଅନ୍ୟ କୌଣସି ଠାରେ ଜଗନ୍ନାଥଧାମ ହେବନି । ସରକାରୀ ସ୍ତରରେ ତାଙ୍କୁ ଏହା ଜଣାଇବା ଜରୁରୀ । ମୁଁ ମଧ୍ୟ ଚିଠି କରି ମମତା ବାନାର୍ଜୀଙ୍କୁ ଜଣାଇବି ବୋଲି କହିଛନ୍ତି ରାମକୃଷ୍ଣ ଦାସମହାପାତ୍ର ।
ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ମୁଁ ଦୀଘା ଜଗନ୍ନାଥ ମନ୍ଦିର ଯାଇଥିଲି । ସେଠାରେ ଅଢ଼େରୁ ୩ ଫୁଟର ମୂର୍ତ୍ତି ହୋଇଛି । ମମତା ବାନାର୍ଜୀ ମୋର ଜଣେ ଶିଷ୍ୟା । ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ମୋତେ ଡାକିଥିଲେ। ତିଥି ଅନୁଯାୟୀ ପୂଜାପାଠ କରିବାକୁ କହିଥିଲେ । ୩ ମାସ ହେବ ପଥର ମୂର୍ତ୍ତି ଥିଲା, ନିମ୍ବକାଠରେ ମୂର୍ତ୍ତି ପ୍ରତିଷ୍ଠା ହୋଇଛି । ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ତଥା ଦୀଘା ଜଗନ୍ନାଥ ଧାମ ନାମକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ସେବାୟତଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।
