ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଖୋଜି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପରାମର୍ଶ

ମୟୂରଭଞ୍ଜ: ଓଡିଶାର ଅନେକ ସ୍ଥାନରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବିଧାୟକ ସନାତନ ବିଜୁଳି ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳଙ୍କୁ ଭେଟି ବଡ଼ସାହି ନିର୍ବାଚନ ମଣ୍ଡଳୀ ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ଡେରା ପକାଇ ଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l

ରାଜ୍ୟର ବିଭିନ୍ନ ସ୍ଥାନରେ ଦିନକୁ ଦିନ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗିଛି । ଏଥିପାଇଁ ବିଭିନ୍ନ ସମୟରେ ଅପରାଧୀଙ୍କ ସଂଖ୍ୟା ବଢ଼ିବା ସହିତ ସରକାରୀ ଜମି ଅନୁପ୍ରବେଶକାରୀଙ୍କ ଦଖଲରେ ରହୁଛି l ଅନୁପ୍ରବେଶକାରୀଙ୍କ ପ୍ରାଦ୍ରୁଭାବକୁ ରୋକିବା ପାଇଁ ବଡ଼ସାହି ବିଧାୟକ ଗୃହରେ ଏହି ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ।

ହେଲେ ଜମ୍ମୁ କଶ୍ମୀରର ହଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ପ୍ରତିକ୍ରିୟାଶୀଳ ହୋଇଛନ୍ତି ବଡ଼ସାହି ବିଧାୟକ ସନାତନ ବିଜୁଳି l ଯେଉଁଥିପାଇଁ ବେତନଟୀ ଏସଡିପିଓ ଶ୍ରୀମତୀ ବିଶ୍ୱାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଏ ବାବଦରେ ବିସ୍ତୃତ ଆଲୋଚନା କରିଛନ୍ତି । ଶ୍ରୀମତୀ ବିଶ୍ୱାଳଙ୍କ ଅଧୀନରେ ଥିବା ସବୁ ଥାନା ଅଧିକାରୀମାନଙ୍କୁ ଏହି ଘଟଣାର ସମ୍ବେଦନଶୀଳତା ସମ୍ବନ୍ଧରେ ଅବଗତ କରାଇ ଅନୁପ୍ରବେଶ କାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦେଇଛନ୍ତି ।

nis-ad
Leave A Reply

Your email address will not be published.