ଲକ୍ଷ୍ନୌ: ଭାରତରେ ଗର୍ଜିଲା ବିମାନ, ଲଢୁଆ ବିମାନର ଗର୍ଜନ ଶୁଣି ଥରହର ହେଲାଣି ପାକିସ୍ତାନ । ଆକାଶରେ ଦମ୍ ଦେଖାଇଛନ୍ତି ଭାରତୀୟ ଲଢୁଆ ବିମାନ । ଉତ୍ତରପ୍ରଦେଶ ଶାହଜାହାନପୁରରେ ଶକ୍ତିପ୍ରଦର୍ଶନ କରିଛନ୍ତି ଭାରତୀୟ ବିମାନ । ଗଙ୍ଗା ଏକ୍ସପ୍ରେସ ୱେରେ ରାଫେଲ, ମିରାଜ୍, ସୁଖୋଇ, ଜାଗୁଆର ଭଳି ଲଢୁଆ ବିମାନର ଗର୍ଜନ ଶୁଣି ସେପଟେ ଛାନିଆ ହୋଇଛି ପାକିସ୍ତାନ ।
ଗଙ୍ଗା ଏକ୍ସପ୍ରେସ ୱେରେ ଯୁଦ୍ଧାଭ୍ୟାସ୍ କରି ଆକ୍ସନ ମୋଡକୁ ଆସିଛି ବାୟୁସେନା । ପହଲଗାମ୍ ପ୍ରତିଶୋଧ ନେଇ ଭାରତ-ପାକିସ୍ତାନ ଭିତରେ ଲାଗି ରହିଥିବା ଉତ୍ତେଜନା ମୂଳକ ପରିସ୍ଥିତି କେତେବେଳେ କେଉଁ ରୂପ ନେବ ତାହା କହି ହେଉନି । ତେଣୁ ତା ଆଗରୁ ୟୁପି ଗଙ୍ଗା ଏକ୍ସପ୍ରେସ ୱେରେ ଗର୍ଜନ କରି ପାକିସ୍ତାନକୁ ଆକ୍ରମଣ ଆଭାସ ଦେଇଛନ୍ତି ବାୟୁବୀର ।
