କିଟ୍ ରେ ପୁଣି ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଲେ ଦୁଇ ମନ୍ତ୍ରୀ

ଭୁବନେଶ୍ବର: ଗୁରୁବାର ରାତିରେ କିଟ୍ ବିଶ୍ବବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ଘଟଣାରେ ତଦନ୍ତ ଆରମ୍ଭ ହୋଇସାରିଛି । ପୋଲିସ ଯାହା କରିବା କଥା କରୁଛି । ପ୍ରାଥମିକ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରିତିକ୍ରିୟା ରଖି କହିଛନ୍ତି ଯେ, କିଟ୍ ରେ ଏମିତି ବାରମ୍ବାର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ବାସ୍ତବରେ ଚିନ୍ତାଜନକ ବିଷୟ ପାଲଟିଛି । ସରକାର ଅନୁଧ୍ୟାନ କରୁଛନ୍ତି । ଘଟଣା ଉପରେ ନଜର ରଖିଛନ୍ତି ସରକାର । ଯୁବପୀଢ଼ି ଆତ୍ମହତ୍ୟା ଆଡ଼କୁ ମୁହାଁଉଛନ୍ତି । କାହିଁକି କିଟରେ ଏମିତି ବାରମ୍ବାର ଘଟୁଛି । ଛାତ୍ରଛାତ୍ରୀଙ୍କ ଉପରେ କୌଣସି ପ୍ରକାରର ଚାପ ରହିଛି କି ସେନେଇ ତଦନ୍ତ କରାଯାଉଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି ।

ସୂଚନାଯୋଗ୍ୟ, କିଟ୍ ବିଶ୍ବବିଦ୍ୟାଳୟରେ ପଢୁଥିବା ଜଣେ ନେପାଳୀ ଛାତ୍ରୀ ଗୁରୁବାର ସନ୍ଧ୍ୟାରେ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଥିଲା । ମୃତ ଛାତ୍ରୀଙ୍କର ମୃତଦେହ ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପ୍ରୀଶା ଶାହ ନେପାଳର ବୀରଗୁଂଜର ବାସିନ୍ଦା ହୋଇଥିବା ନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ତେବେ ଏହା ପୂର୍ବରୁ ମଧ୍ୟ ଆଉ ଜଣେ ନେପାଳୀ ଛତ୍ରୀ ଆତ୍ମ ହତ୍ୟା କରିଥିଲେ । ସେହି ଘଟଣାର ସମାଧାନ ଏପର୍ଯ୍ୟନ୍ତ ହୋଇପାରି ନଥିବାବେଳେ, ଏହାରି ଭିତରେ ପୁଣିଥରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଚିନ୍ତାର ବିଷୟ ପାଲଟିଛି ।

nis-ad
Leave A Reply

Your email address will not be published.