ଭୁବନେଶ୍ୱର: ପାଣି ବୋତଲ ପ୍ୟାକିଂ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ହେଉଥିବା ଦେଶୀ ମଦ ଫ୍ୟାକ୍ଟ୍ରିକୁ ଠାବ କରିଛି ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଦାରୁଠେଙ୍ଗ ଜଙ୍ଗଲରେ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୯ ଲକ୍ଷ ଟଙ୍କା ହେବ । ଏହା ସହ ଘଟଣାସ୍ଥଳରୁ ୪ ଜଣଙ୍କୁ ଗିରଫ କରିଛି ଅବକାରୀ ଥାନା ପୋଲିସ ।
ତେବେ ଦାରୁଠେଙ୍ଗ ଜଙ୍ଗଲରେ ଦେଶୀ ମଦ ଫ୍ୟାକ୍ଟ୍ରି ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଥାନା ପୋଲିସ ଚଢାଉ କରିଥିଲା । ଏହି ସମୟରେ ମଦ ପ୍ରସ୍ତୁତ ଚାଲିଥିବାବେଳେ, ୪ ଜଣଙ୍କୁ ଗିରଫ କରିବା ସହ, ଦେଶୀ ମଦ, ୩ଟି ଚାରି ଚକିଆ ଗାଡି, ଦୁଇଟି ବାଇକ୍ ଏବଂ ଗୋଟିଏ ମେସିନ୍ ମଧ୍ୟ ଜବତ କରି ଅଧିକ ତଦନ୍ତ ଚଳାଇଛି ପୋଲିସ ।
