ରାଇକିଆ : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ଵାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ୧୧ଟି ହାଇସ୍କୁଲରୁ ମୋଟ ୭୯୪ ଜଣ ଛାତ୍ରଛାତ୍ରୀ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ଵାରା ପରିଚାଳିତ ଦଶମ ପରୀକ୍ଷା ଦେଇଥିଲେ ସେଥିମଧ୍ୟରୁ ୭୮୦ ଜଣ ପରୀକ୍ଷାରେ ଉତିଣ୍ଣ ହୋଇଥିବାବେଳେ ୧୪ ଜଣ ଫେଲ ହୋଇଛନ୍ତି । ମୋଟ ୭୯୪ ଜଣଙ୍କ ମଧ୍ୟରୁ ୨ ଜଣ “ଏ-୨”ରେ ୧୫ଜଣ “ବି -୧”, ୭୫ ଜଣ “ବି-୨” , ୨୪୦ ଜଣ “ସି” , ୩୩୬ ଜଣ “ଡି” ଏବଂ ୧୦୩ ଜଣ “ଇ” ଗ୍ରେଡରେ ପାସ କରିଛନ୍ତି ଏହା ସହ ବ୍ଲକର ପାସହାର ୯୮.୦୭ ପ୍ରତିଶତ ରହିଅଛି । ମା ବାପାଙ୍ଗି ହାଇସ୍କୁଲ , ଇନ୍ଦ୍ରଗଡ ଛାତ୍ର ଦୁଷ୍ମନ୍ତ ବିଶ୍ୱାଳ ୫୦୫ ମାର୍କ ସହ ୮୪.୧୬ ପ୍ରତିଶତ ମାର୍କ ରଖି ବ୍ଲକ ଟପର ହୋଇଛନ୍ତି । ସରକାରୀ ବାଳିକା ହାଇସ୍କୁଲ (ଏସଏସଡି), ରାଇକିଆ, ମା ବାପାଙ୍ଗି ହାଇସ୍କୁଲ , ଇନ୍ଦ୍ରଗଡ , ସରକାରୀ ହାଇସ୍କୁଲ , ବାଡ଼ବାରବା ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଭଲ ପଦର୍ଶନ କରିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଅଛି ।
