ଭୁବନେଶ୍ଵର: ବରିଷ୍ଠ ଆଇଏଏସ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଓଡ଼ିଶା ସରକାର ଦାୟିତ୍ବ ମୁକ୍ତ କରିଛନ୍ତି । ସେ କେନ୍ଦ୍ରରେ ସଂସଦୀୟ ବ୍ୟାପର ମନ୍ତ୍ରଣାଳୟର ଓଏସଡି ଭାବେ କାର୍ଯ୍ୟ କରିବେ । ନିକୁଞ୍ଜ ଧଳଙ୍କୁ ଗତ ମାସ ୧୯ ତାରିଖରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ମିଳିଛି। ଏହି ମନ୍ତ୍ରଣାଳୟର ବର୍ତ୍ତମାନର ସଚିବ ଜୁନ ୩୦ ତାରିଖରେ ଅବସର ନେଲା ପରେ ନିକୁଞ୍ଜ ଧଳ ସଚିବ ଭାବେ ଦାୟିତ୍ବ ନେବେ। ଏହା ପୂର୍ବରୁ ତାଙ୍କୁ ସେହି ମନ୍ତ୍ରଣାଳୟର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି ।
୧୯୯୩ ବ୍ୟାଚ ଓଡ଼ିଶା କ୍ୟାଡ଼ରର ଏହି ଅଧିକାରୀ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟରତ। ସେ ଓଡ଼ିଶା ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି । ଏପରିକି ସେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।
