କଟକ : ଭିଜିଲାନ୍ସ ଜାଲରେ ଶିଶୁ ବିକାଶ ଅଧିକାରୀ ଶକୁନ୍ତଳା ଦାସ । ଜଣେ ନବନିଯୁକ୍ତ ଅଙ୍ଗନବାଡ଼ି ହେଲପରଙ୍କ ଦରମା କରାଇଦେବା ପାଇଁ ଗତକାଲି ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ ସିଡିପିଓ ଶକୁନ୍ତଳା ଦାସ । ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଯାଞ୍ଚ ଚାଲିଛି ।
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ସିଡିପିଓ ଶକୁନ୍ତଳା ଦାସଙ୍କ ରହିଛି ଅଚଳାଚଳ ସଂପତ୍ତି । ଭୁବନେଶ୍ୱର ଡୁମୁଡୁମାରେ ସିଡିପିଓ ଶକୁନ୍ତଳା ଦାସଙ୍କ ୩୩୦୦ ବର୍ଗଫୁଟର ତିନି ମହଲା ଘର ରହିଛି । ସେହିପରି କୋରାପୁଟ ସେମିଳିଗୁଡାରେ ୨୨୦୦ ବର୍ଗଫୁଟର ଦୁଇ ମହଲା ଘର । ପୁରୀ ଭାରତୀପୁରରେ ନିର୍ମାଣଧୀନ କୋଠା । କୋରାପୁଟ ସେମିଳିଗୁଡ଼ାରେ ତାଙ୍କର ଏକ ବାସପଯୋଗୀ ପ୍ଲଟ ଥିବା ଜଣାଯାଇଛି । ଭିଜିଲାନ୍ସ ରେଡ ବେଳେ ନଗଦ ୪୭ ହଜାର ଟଙ୍କା ଜବତ ହୋଇଛି । ସିଡିପିଓ ଶକୁନ୍ତଳା ଦାସଙ୍କର ବ୍ୟାଙ୍କରେ ୨୨ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ ରହିଛି । ଗୋଟିଏ ଚାରି ଚକିଆ ଯାନ ଠାବ। ୯ ଟି ବ୍ୟାଙ୍କ ଆକାଉଣ୍ଟ ଥିବା ବେଳେ ସେଥିରେ ଟଙ୍କା ରହିଛି ତାହା ଯାଞ୍ଚ କରୁଛି ଭିଜିଲାନ୍ସ ।
