୪ ଆନ୍ତଃ ରାଜ୍ୟ ଠକ ଗିରଫ, ମେଡ଼ିକାଲ କଲେଜରେ ଆଡ଼ମିଶନ କରାଇଦେବାକୁ କହି ନେଇଥିଲେ ଟଙ୍କା…

ଭୁବନେଶ୍ୱର : ଭୁବନେଶ୍ୱର ସ୍ପେଶାଲ କ୍ରାଇମ୍ ୟୁନିଟ ଦ୍ୱାରା ୪  ଆନ୍ତ ରାଜ୍ୟ ଠକ ଗିରଫ । ମେଡ଼ିକାଲ କଲେଜରେ ଆଡ଼ମିଶନ କରାଇଦେବାକୁ କହି ଠକେଇ କରିଥିବା ଅଭିଯୋଗରେ ୪ ଜଣ ଗିରଫ । ନିଟ ପରୀକ୍ଷା ପୂର୍ବରୁ ୪ ଜଣଙ୍କୁ ଗିରଫ କରିଛି ସ୍ପେଶଲ୍ କ୍ରାଇମ୍ ୟୁନିଟ । ୯0 ଲକ୍ଷ ଟଙ୍କାର ଚେକ୍ ସହିତ ହୁଣ୍ଡାଇ କ୍ରେଟା କାର ଯାହାର ନୁମ୍ବର OD17 F 6708 ଏବଂ ମେହେନ୍ଦ୍ର ଥର ଯାହାର ନୁମ୍ବର OD 02 CG 1500 ଜବତ ହୋଇଛି ଏବଂ ୫ ଟି ମୋବାଇଲ ଫୋନ, ଦୁଇଟି ଘଣ୍ଟା, ଏବଂ ୩ ଟି ମନି ପର୍ସ ଜବତ ହୋଇଛି । ସେହିଭଳି ଏକ ବ୍ଲାଙ୍କ ଚେକ୍ ମଧ୍ୟ ରହିଛି । ଅନୁଗୁଳ ରେ ଦୁଇଟି ଜାଗା କିଣିଥିବା ଡକୁମେଣ୍ଟ ମଧ୍ୟ ପୋଲିସ ଜବତ କରିଛି l ଏଠାରେ ସୂଚନା ଥାଉକି ଉକ୍ତ ଠକ ମାନଙ୍କୁ ପୋଲିସ ଅନେକ ଥର ଗିରଫ କରିଥିବା ନଜିର ବି ରହିଛି l ଏମାନେ ସବୁ ପେସାଦାର ଠକ ଗତ ବର୍ଷ ବାଲେଶ୍ୱର ଜିଲ୍ଲାର ତତ୍କାଳୀନ ଏସ. ପି ସାଗରୀକା ନାଥ ଏପରି ଏକା ଠକାଇ ରେ ଗିରଫ କରିଥିଲେ l ମୁଖ୍ୟତଃ ଏମାନେ ଓଡିଶା, ବିହାର ଓ ଝାଡ଼ଖଣ୍ଡ ଛତିଶଗଡ ପରି ରାଜ୍ୟରେ ବିଭିନ୍ନ ଏଜେଣ୍ଟ ନିୟୋଜିତ କରି ଛାତ୍ର ଛାତ୍ରୀଙ୍କୁ ଠକି ଥିବା ନଜିର ରହିଛି l

ଘରୋଇ ମେଡ଼ିକାଲ କଲେଜରେ ଆଡ଼ମିଶନ କରାଇଦେବାକୁ କହି ଆଶାୟୀ ଛାତ୍ରଛାତ୍ରୀଙ୍କ ଠୁ ପ୍ରଚୁର ଭାବେ ନେଇଥିଲେ ଟଙ୍କା ।  ଅସଲି ପରୀକ୍ଷାର୍ଥୀ ବଦଳରେ ନକଲି ପରୀକ୍ଷାର୍ଥୀ ବସାଇବାକୁ କହି ଟଙ୍କା ନେଇଥିଲେ ।  ଦୁଇଜଣ ଓଡ଼ିଶାର ଥିବା ବେଳେ ଜଣେ ଲେଖାଏଁ ଝାଡ଼ଖଣ୍ଡ ଏବଂ ବିହାରର ରହିଛନ୍ତି ।ଏମାନେ ହେଲେ ଓଡିଶା ର ସୁନୀଲ ସାମନ୍ତରାୟ ପିତା ସୁକାନ୍ତ ସାମନ୍ତରାୟ ଘର ଭୁବନେଶ୍ୱର ର ଷ୍ଟାରସିଟି କଲୋନୀ, ପଟିଆ ପ୍ଲଟ ନୁମ୍ବର B/4 ,ରୁଦ୍ର ନାରାୟଣ ବେହେରା ପିତା ଦିବାକର ବେହେରା

ଭୁବନେଶ୍ୱର ତମାଣ୍ଡ ଥାନା ଅନ୍ତର୍ଗତ ଟାଟା ଅରିୟାନା କଳିଙ୍ଗ ନଗର ପ୍ଲଟ ନୁମ୍ବର 1203 ବାସିନ୍ଦା ଏବଂ ବିହାର ରାଜ୍ୟ ର ଅରବିନ୍ଦ କୁମାର, ପିତା ରାମପାଲ ଔରଙ୍ଗାବାଦ ନିକଟସ୍ଥ ଅଙ୍କରହ ବାସିନ୍ଦା ଏବଂ ଅନ୍ୟ ଜଣେ ଝାଡ଼ଖଣ୍ଡ ରାଜ୍ୟ ହଜାରିବାଗ ନିକଟସ୍ଥ ବିବେକା ନନ୍ଦ ହାଇସ୍କୁଲ ନିକଟସ୍ଥ ଗଳି ନୁମ୍ବର 4 ବାସିନ୍ଦା ସମ୍ଭବତଃ ଏମାନେ ଲୋକଙ୍କୁ ଚିଟ କରିବା ଏମାନଙ୍କ କାମ । ଉଚ୍ଚ ଅଭିଳାଷ ଦେଖାଇ ଅତି ସହଜ ରେ ମେଡିକାଲ କଲେଜ ରେ ଦାଖଲ କରିଦେବେ ବୋଲି ମିଛ ପ୍ରତିଶୃତି ଦେଇ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥାନ୍ତି l ପୋଲିସ ପ୍ରତିବର୍ଷ ସୁନୀଲ ସାମନ୍ତରାୟ କୁ ଗିରଫ କରୁଛି ବିଭିର୍ଣ୍ଣ ଖବର କାଗଜ ଏବଂ ବୈଦେତିକ ଗଣ ମାଧ୍ୟମରେ ଖବର ପ୍ରସାରିତ ହେବା ସତ୍ବେ ଲୋକେ କିପରି ଠକାମୀ ର ଶିକାର ହୁଅନ୍ତି? ଏମାନେ କିଭଳି ଲୋକଙ୍କୁ ପ୍ରଲୋଭନ ଦେଖାନ୍ତି ତାହା ବି ତଦନ୍ତ ସାଫେକ୍ଷ lତମାମ କଡା ପଦକ୍ଷେପ ସତ୍ବେ ଏପରି କେମିତି ଯୋଜନା କରିଥିଲେ ସେନେଇ ତଦନ୍ତ କରୁଛି ପୋଲିସ ।  ଛାତ୍ର,ଛାତ୍ରୀମାନଙ୍କୁ ଏବଂ ଅଭିଭାବକ ମାନଙ୍କୁ ଏହା ମାଧ୍ୟମରେ ଚେତାଇ ଦେଇଚି ପୋଲିସ । 90 ଲକ୍ଷ ଚେକ୍ ଏବଂ ଗୋଟିଏ ବ୍ଲଙ୍କ ଚେକ୍ ରହିଛି ଯାହାକୁ ନେଇ ପୋଲିସ ଅଧିକ ତଦନ୍ତ କରୁଛି ଏବଂ ଉକ୍ତ ଅପରାଧୀ ମାନଙ୍କ ପୁରୁଣା କାରନାମା ଗୁଡିକୁ ମଧ୍ୟ ତଦନ୍ତ ପରିସର କୁ ଅଣାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ ।

nis-ad
Leave A Reply

Your email address will not be published.