ଦୀଘାରେ ‘ଜଗନ୍ନାଥ ଧାମ’ ନାଁ ବିବାଦ ପ୍ରସଙ୍ଗ: ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ଦୃଢ଼ ପ୍ରତିବାଦ

add-all

ଭୁବନେଶ୍ୱର: ଦୀଘାରେ ‘ଜଗନ୍ନାଥ ଧାମ’ ନାଁ ବିବାଦ ପ୍ରସଙ୍ଗ ଜୋର ଧରିଛି। ଦୀଘାର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ପର ଠାରୁ ଥମୁନି ବିବାଦ। ଚାରିଆଡେ ଅସନ୍ତୋଷ ତେଜିଛି। ପଣ୍ଡାପଢିଆରଙ୍କ ଠାରୁ ନେଇ ସେବାୟତ ପର୍ଯ୍ୟନ୍ତ ସମସ୍ତେ ଏହାକୁ ବିରୋଧ କରିଛନ୍ତି। ଜଗନ୍ନାଥ ମନ୍ଦିର କଲେ, ହେଲେ କାହିଁକି ଏହାର ନାମ ‘ଜଗନ୍ନାଥ ଧାମ’ ରଖାଗଲା ସେନେଇ ଜୋର ଧରିଛି ବିବାଦ। ଏହି କ୍ରମରେ ଏବେ ଦୀଘାରେ ‘ଜଗନ୍ନାଥ ଧାମ’ ନାଁ ବିବାଦରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର।

ପୁରୀ ସାଂସଦ ଏହାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ମୁଁ ଦୃଢ଼ ପ୍ରତିବାଦ କରୁଛି ଏବଂ ସାରା ବିଶ୍ବରେ ଗୋଟିଏ ଜଗନ୍ନାଥ ଧାମ ରହିଛି । ଅନ୍ୟ କୌଣସି ସ୍ଥାନକୁ ଜଗନ୍ନାଥ ଧାମ କୁହାଯାଇ ପାରିବ ନାହିଁ। ବିଶ୍ବରେ ଚାରି ଧାମ ମଧ୍ୟରୁ ଗୁରୁତ୍ବପୂର୍ଣ୍ଣ ଜଗନ୍ନାଥ ଧାମ ପୁରୀ। ଦୀଘାରେ ଉଦ୍ଘାଟିତ ମନ୍ଦିର ଜଗନ୍ନାଥ ଧାମ ହୋଇପାରିବ ନାହିଁ। ଏହା କଦାପି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ପୁରୀ ସାଂସଦ।

ସେପଟେ, ଦୀଘା ମନ୍ଦିର ବିବାଦ ଏବେ ଖାଲି ନାଁରେ ସୀମିତ ନାହିଁ। ମନ୍ଦିର ପ୍ରତିଷ୍ଠା ସମୟରେ ଉପସ୍ଥିତ ଥିବା ଦଇତାପତି ସେବାୟତ ରାମକୃଷ୍ଣଙ୍କ, ମହାପ୍ରଭୁଙ୍କ ନବକଳେବର ସମୟର ବଳକା କାଠ ସେଠିକା ଜଗନ୍ନାଥ ମୂର୍ତ୍ତି ପ୍ରସ୍ତୁତିରେ ଲାଗିଥିବା ବୟାନକୁ ନେଇ ଏବେ ଆରମ୍ଭ ହୋଇଛି ଆଉ ଏକ ନୂଆ ବିବାଦ। କାଠ ସେଠାରେ ବ୍ୟବହାର ହେଲା କେମିତି? କାହା ଅନୁମତିରେ ଦଇତାପତି ସେବାୟତ ଏପରି କଲେ? ତାକୁ ନେଇ ଏବେ ତଦନ୍ତ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ad-week
Leave A Reply

Your email address will not be published.