ଦିଘାରେ ଜଗନ୍ନାଥଙ୍କ ମନ୍ଦିରକୁ ନେଇ ଶ୍ରୀ ମନ୍ଦିର କାର୍ଯ୍ୟାଳୟରେ ବୈଠକ, ମତାମତ ପାଇଁ ସେବାୟତ ନିଯୋଗକୁ ଚିଠି

ପୁରୀ : ପଶ୍ଚିମବଙ୍ଗ ଦିଘାରେ ଜଗନ୍ନାଥଙ୍କ ମନ୍ଦିରକୁ ନେଇ ଶ୍ରୀ ମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ବୈଠକ ଶେଷ ହୋଇଛି  l  ବୈଠକରେ ମହାପ୍ରଭୁଙ୍କ ତିନି ବାଡ଼ର ବାଡ଼ଗ୍ରାହୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଏଲୋଚନା ହୋଇଥିଲା  l  ବୈଠକରେ ୪ଟି ବିନ୍ଦୁକୁ ନେଇ ବିଶେଷ ଆଲୋଚନା ହୋଇଥିଲା  l ପ୍ରଥମ ହେଉଛି ଦିଘା ଜଗନ୍ନାଥ ଧାମ ଏହା ନାମ ପରିବର୍ତ୍ତନ କରିବା ଲାଗି ସରକାରଙ୍କ ସ୍ତରରେ ପ୍ରୟାସ କରାଯାଉ  l

ଚାରିଧାମ ମଧ୍ୟରେ ଅନ୍ୟତମ ଧାମ ହେଉଛି ଶ୍ରୀ କ୍ଷେତ୍ର ପୁରୀ ତେବେ ଅନ୍ୟ କୌଣସି ସ୍ଥାନରେ ଏହା ଧାମ ଲେଖାଯିବା ସମ୍ପୂର୍ଣ ଭୁଲ ବୋଲି ମତ ରଖିଥିଲେ ବାଡ଼ ଗ୍ରାହୀମାନେ  l ସେହିପରି ମହାପ୍ରଭୁଙ୍କ ଦାରୁ କାଠ ବ୍ୟବହାର କରାଯାଇ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରାଯାଇଥିବା ଆଲୋଚନା ହେବା ସହ ଦାରୁ ଘରୁ ତାହା ନେବା ସମ୍ଭବ ନୁହେଁ  l

ଯେଉଁମାନେ ସେଠାକୁ ଯାଇଥିଲେ ସେମାନେ ଏହାର ସଠିକ ଉତ୍ତର ଦେଇପାରିବେ ବୋଲି କହିଥିଲେ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମ ଦାଶ ମହାପାତ୍ର ।  ସମସ୍ତ ନିଯୋଗକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ହୋଇଛି । ଏଭଳି ଖବର ନେଇ କିଛି ମତାମତ ଥିଲେ, ଆସନ୍ତାକାଲି ସଂଧ୍ୟା ୫ଟା ସୁଦ୍ଧା ମୁଖ୍ୟ ପ୍ରଶାସକଙ୍କୁ ଜଣାଇବାକୁ ଲିଖିତ ମତାମତ ଦେଇପାରିବେ ବୋଲି ସବୁ ସେବାୟତ ନିଯୋଗକୁ ଚିଠି ହୋଇଛି ।

nis-ad
Leave A Reply

Your email address will not be published.