ନବରଙ୍ଗପୁର: ପୁଣି ନକ୍ସଲ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିବା ଖବର ସାମ୍ନାକୁ ଆସିଛି । ଶୁକ୍ରବାର ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ଛତିଶଗଡ଼ର ଗରିଆବନ୍ଦ ଜଙ୍ଗଲରେ ବଡ଼ ଧରଣର ନକ୍ସଲ ଏନକାଉଣ୍ଟର ହୋଇଥିବା ଜଣାପଡ଼ିଛି l ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଥିବା ଜଣାପଡିଛି l ଘଟଣାସ୍ଥଳରୁ ଏସଏଲଆର୍ ଅସ୍ତ୍ରଶସ୍ତ୍ର ଏବଂ କିଛି ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।
ଏନେଇ ଗରିଆବନ୍ଦ ଏସପି ଆନୁଷ୍ଠାନିକ ଭାବରେ ଏନକାଉଣ୍ଟରକୁ ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ, ଜଙ୍ଗଲରେ ଏକ ସର୍ଚ୍ଚ ଅପରେସନ୍ ସମୟରେ ନକ୍ସଲମାନେ ପ୍ରଥମେ ଗୁଳି ଚଳାଇଲେ, ସୈନିକମାନେ ମଧ୍ୟ ପାଲଟା ଜବାବ ଦେଲେ । ଏଥିରେ ଜଣେ ନକ୍ସଲ ନିହତ ହୋଇଥିବାବେଳେ, ଅନ୍ୟମାନେ ଖସି ପଳାଇବାରେ ସଫଳ ହୋଇଛନ୍ତି l ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଉକ୍ତ ଅଞ୍ଚଳରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।
