ପ୍ରଶାସନିକ ସୀମା ପୁନର୍ଗଠନ: ଜୁନ ୩୦ ଶେଷ ତାରିଖ

ଭୁବନେଶ୍ୱର: ରାଜ୍ୟରେ ପ୍ରଶାସନିକ ସୀମା ପୁନର୍ଗଠନ ନେଇ ଜାରି ହେଲା ଶେଷ ସମୟସୀମା। ଆସନ୍ତା ଜୁନ୍ ୩୦ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ପ୍ରଶାସନିକ ସୀମା ପୁନର୍ଗଠନ କାର୍ଯ୍ୟ ସମାପ୍ତ ହେବା। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ତେବେ ଦେଶରେ ଚଳିତ ବର୍ଷ ଜନଗଣନା ହେବାକୁ ଯାଉଥିବା ଏହାର ପ୍ରକିୟା ପ୍ରାୟ ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା। ଏଥିପାଇଁ ଆସନ୍ତା ଜୁନ୍ ୩୦ ମଧ୍ୟରେ ରାଜ୍ୟର ସମସ୍ତ ପ୍ରଶାସନିକ କ୍ଷେତ୍ରର ସୀମା ପୁନର୍ଗଠନ ପାଇଁ ନିର୍ଦ୍ଦେଶ ଦେଇଛି । ଜିଲ୍ଲା, ସବ୍‌ଡିଭିଜନ, ତହସିଲ, ରାଜସ୍ବ ଗ୍ରାମ, ULB ପାଇଁ ନୋଟିସ୍‌ ଜାରି କରାଯାଇଛି। ଏଥିପାଇଁ ଚଳିତ ବର୍ଷ ଜୁନ୍‌ ୩୦ ତାରିଖକୁ ଡେଡ୍‌ଲାଇନ ଦର୍ଶାଇଛି ବିଭାଗ। ଆସନ୍ତା ଜନଗଣନାକୁ ଆଖିରେ ରଖି ରାଜ୍ୟ ସରକାର ଜୁଲାଇ ୧ରୁ ପ୍ରଶାସନିକ ସୀମା ପୁନର୍ଗଠନ ପାଇଁ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ପ୍ରତି ୧୦ ବର୍ଷରେ ଥରେ ଦେଶରେ ଜନଗଣନା ଅନୁଷ୍ଠିତ ହୁଏ। ଶେଷଥର ପାଇଁ ୨୦୧୧ରେ ଦେଶରେ ଜନଗଣନା ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ପ୍ରାୟ ଦେଶରେ ୧୨୧ କୋଟି ଜନତା ଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏହାପରେ ୨୦୨୧ରେ ଜନଗଣନା ହେବା କଥା, କିନ୍ତୁ କୋଭିଡ ମହାମାରୀ ଯୋଗୁଁ ଏହା ସ୍ଥଗିତ ରହିଥିବାରୁ, ଚଳିତ ବର୍ଷ ଜନଗଣନା କରିବା ପାଇଁ ନିଷ୍ପତି ନେଇଛନ୍ତି ସରକାର। ତେବେ ଏବେ ପ୍ରାୟ ଦେଶରେ ୧୪୦ କୋଟି ଛୁଇଁଲାଣୀ ଜନସଂଖ୍ୟା।

ଆହୁରି ମଧ୍ୟ ଏଥର କେନ୍ଦ୍ର ସରକାର ଜାତିଭିତ୍ତିକ ଜନଗଣନା ହେବା ନେଇ ଘୋଷଣା କରିଛନ୍ତି। ଯେଉଁଥିରେ ସମସ୍ତ ଜାତିଗତ ଜନଗଣନା କରାଯିବ ବେଳେ, ମୁସଲମାନଙ୍କୁ ବି ସେମାନଙ୍କ ଜାତି ପଚରାଯିବ।

nis-ad
Leave A Reply

Your email address will not be published.