ଦିଦିଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କଡ଼ା ଜବାବ, କହିଲେ ମମତା ହିନ୍ଦୁ ବିରୋଧୀ

add-all

ଭୁବନେଶ୍ୱର: ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଜୋର ଧରିଛି। ଏହି ପ୍ରସଙ୍ଗରେ ଆଜି ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି ମମତା ବାନାର୍ଜୀ। ଏହାପରେ କଡ଼ା ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି, “ମମତା ହିନ୍ଦୁ ବିରୋଧୀ, ଜଗନ୍ନାଥ ବିରୋଧୀ। ପ୍ରତିଦିନ ଗଣତନ୍ତ୍ରକୁ ରକ୍ତାକ୍ତ କରୁଛନ୍ତି।”

ମମତା ଶ୍ରୀକ୍ଷେତ୍ରର ବିକଳ୍ପ ତିଆରି କରିବାକୁ ଚେଷ୍ଟା କରୁଛ କି ବୋଲି ପ୍ରଶ୍ନ କରିଛନ୍ତି ରାଜସ୍ୱ ମନ୍ତ୍ରୀ। ଶ୍ରୀକ୍ଷେତ୍ରର ବିକଳ୍ପ ତିଆରି କରିବାକୁ ଚେଷ୍ଟା କରୁଛନ୍ତି। ମନ୍ଦିର ନିର୍ମାଣ ସ୍ବାଗତଯୋଗ୍ୟ, କିନ୍ତୁ ସେଇଟା ଶ୍ରୀକ୍ଷେତ୍ର ନୁହେଁ। କେତେ ଭକ୍ତଙ୍କ ଉପରେ ବେଙ୍ଗଲରେ ପ୍ରତିଦିନ ଆକ୍ରମଣ ହେଉଛି ପଚାରିଲେ ସୁରେଶ ପୂଜାରୀ। ସେହିପରି ଦିଦିଙ୍କୁ ପୁଣି ଟାର୍ଗେଟ କରି କହିଲେ ତୁମେ କେତେ ଜଗନ୍ନାଥ ପ୍ରେମୀ ଆମେ ଦେଖିଛୁ, କେତେ ଜଗନ୍ନାଥ ଭକ୍ତଙ୍କ ଉପରେ ପଶ୍ଚିମବଙ୍ଗରେ ପ୍ରତିଦିନ ଆକ୍ରମଣ ହେଉଛି, କେତେ ମାତା ସୁଭଦ୍ରା ପଶ୍ଚିମବଙ୍ଗରେ ଅତ୍ୟାଚାରର ଶିକାର ହେଉଛନ୍ତି, ବାଂଲାଦେଶୀ ଅନୁପ୍ରବେଶକାରୀମାନଙ୍କୁ ରାସନ କାର୍ଡ ଦେଉଛ, ଭୋଟର ତାଲିକାରେ ସେମାନଙ୍କ ନାଁ ପୁରାଉଛ। ସବୁ ଆମେ ଦେଖିଛୁ।

ମନ୍ତ୍ରୀ କହିଛନ୍ତି ଯେଉଁ ପଶ୍ଚିମବଙ୍ଗ ଦିନେ ଇଂରେଜମାନଙ୍କ ସହ ଲଢ଼ିବା ପାଇଁ କ୍ରାନ୍ତିକାରୀ ସୃଷ୍ଟି କରୁଥିଲା, ସେହି ପଶ୍ଚିମବଙ୍ଗ ଆଜି ଆତଙ୍କବାଦୀମାନଙ୍କ ଏନ୍ତୁଡ଼ିଶାଳରେ ପରିଣତ ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହାୟତାରେ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଓଡ଼ିଶାକୁ ଆସୁଛନ୍ତି। ଜଣେ ହିନ୍ଦୁ ବିରୋଧୀ, ଜଗନ୍ନାଥ ବିରୋଧୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପ୍ରତିଦିନ ଗଣତନ୍ତ୍ରକୁ ରକ୍ତାକ୍ତ କରୁଛନ୍ତି ବୋଲି କହିଛନ୍ତି ସୁରେଶ ପୂଜାରୀ।

ad-week
Leave A Reply

Your email address will not be published.