ମହଙ୍ଗା ପଡ଼ିଲା ପ୍ରେମ, ଘଟଣାର ତଦନ୍ତ ପାଇଁ ଚାଇଲ୍ଡ ହେଲ୍ପଲାଇନକୁ ନିର୍ଦ୍ଦେଶ

ଅନୁଗୁଳ: ମହଙ୍ଗା ପଡିଲା ଅଳ୍ପ ବୟସରେ ପ୍ରେମ ।  ଚାଇଲ୍ଡ କେୟାର ସେଣ୍ଟରରେ ପ୍ରେମିକା ।  ଅନୁଗୁଳ ଜିଲ୍ଲା କଣିଁହା ବ୍ଲକ ଗଣ୍ଡମାଳା ପଞ୍ଚାୟତର ଜଣେ ନାବାଳକ ଓ ନାବାଳିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା।  ଗାଁରେ ଯାତ୍ରା ଚାଲିଥିବାବେଳେ ନାବାଳକ ଜଣକ ପ୍ରେମିକାକୁ ନିଜ ଘରକୁ ଆଣିଥିବାର ଖବର ପାଇଥିଲେ ଅଙ୍ଗନୱାଡି କର୍ମୀ ।

ଦୁଇ ପରିବାରଙ୍କ ଉପସ୍ଥିତିରେ ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ନାବାଳିକା ନିଜ ଘରକୁ ଫେରିଥିଲା ।  ଏହି ଖବର ଅନୁଗୁଳ ଜିଲ୍ଲାପାଳ ଜାଣିବା ପରେ ଘଟଣାର ତଦନ୍ତ ପାଇଁ ଚାଇଲ୍ଡ ହେଲ୍ପଲାଇନକୁ ନିର୍ଦ୍ଦେଶ ଦେଇଥିଲେ ।  ଚାଇଲ୍ଡ ହେଲ୍ପଲାଇନର ସଦସ୍ୟମାନେ ରେଙ୍ଗାଳି ଥାନା ସହାୟତାରେ ପ୍ରେମିକ ପ୍ରେମିକାଙ୍କ ଘରେ ପହଞ୍ଚିଥିଲେ ।

ଉଭୟ ଅଲଗା ଅଲଗା ନିଜ ନିଜର ଘରେ ରହୁଥିବାର ଦେଖିବାକୁ ପାଇଥିଲେ ।  ତଥାପି ଚାଇଲ୍ଡ ହେଲ୍ପଲାଇନର ସଦସ୍ୟାମାନେ ନାବାଳିକାକୁ ଅନୁଗୁଳ ସ୍ଥିତ ଚାଇଲ୍ଡ କେୟାର ସେଣ୍ଟରକୁ ନେଇଯାଇଛନ୍ତି ।

nis-ad
Leave A Reply

Your email address will not be published.