ପୁରୀ: ଆସନ୍ତା ରଥଯାତ୍ରା ୨୦୨୫ ସମୟରେ ଶାନ୍ତିପୂର୍ଣ୍ଣ ଓ ସୁସଂଗଠିତ ଭାବରେ ଭକ୍ତମାନେ ଯାତ୍ରା କରିପାରିବେ ବୋଲି ନିଶ୍ଚିତ କରିବାକୁ ପୁରୀ ଏସପି ବିନିତ ଅଗ୍ରୱାଲ ଆଜି ନରେନ୍ଦ୍ର କୋଣ ଛକ, ବିଶ୍ୱେଶ୍ୱରୀ ମନ୍ଦିର, ଚୁଡ଼ଙ୍ଗ ସାହି, ୟଙ୍ଗ ଷ୍ଟାର କ୍ଲବ ଓ ହାଡଗୁଡିଆ ସାହି ଆଦି ସ୍ଥାନ ଦର୍ଶନ କରିଛନ୍ତି ।
ଏହି ଦର୍ଶନ ସମୟରେ ସ୍ଥାନୀୟ ନିବାସୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ଅଭିଯୋଗଗୁଡ଼ିକୁ ଗ୍ରହଣ କରିଛନ୍ତି । ମୁଖ୍ୟ ଅଭିଯୋଗଗୁଡ଼ିକ ମଧ୍ୟରେ ରହିଛି, ସ୍ଥାନୀୟ ଯାନବାହନର ନିୟନ୍ତ୍ରିତ ଚଳାଚଳ । ନରେନ୍ଦ୍ରକୋଣ ରାସ୍ତା ମଧ୍ୟରେ ପର୍ଯ୍ୟାପ୍ତ ଦିଗଦର୍ଶନ ସାଇନବୋର୍ଡ ନଥିବା । ଭକ୍ତମାନେ ନିର୍ଦ୍ଦିଷ୍ଟ ମାର୍ଗ ଜାଣିନଥିବାରୁ ସମସ୍ୟା ହେବା ଆଦି ।
ଏସପି ପୁରୀବାସୀନ୍ଦାଙ୍କ ଅଭିଯୋଗକୁ ଗମ୍ଭୀରତା ସହିତ ଗ୍ରହଣ କରି ସମୟ ମଧ୍ୟରେ ସମାଧାନ କରାଯିବ ବୋଲି ନିଶ୍ଚିତ ଆଶ୍ୱାସନ ଦେଇଛନ୍ତି । ଏହି ଗ୍ରସ୍ତ ସମୟରେ ଏସପି ଯେଉଁଥିରେ ରଥଯାତ୍ରା, ବାହୁଡା ଯାତ୍ରା ଓ ସୁନାବେଶ ୨୦୨୫ ପାଇଁ ଭକ୍ତମାନଙ୍କ ଗୁଡିକୁ ଲେନ୍ ଭିତିକ ଆଗମନ କେମିତି ବଡଦଣ୍ଡାକୁ ପ୍ରବେଶ କରାଯିବ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ।
ପୁରୀ ଏସପି ସମସ୍ତ ଅଧିକାରୀଙ୍କୁ ସଂବେଦନଶୀଳ ଏବଂ ଭିଡ ଅଞ୍ଚଳ ଚିହ୍ନଟ କରି ମାଇକ୍ରୋ ଯୋଜନା ପ୍ରସ୍ତୁତି ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ସେ ମନ୍ଦିର ପ୍ରଶାସନ, ପୋଲିସ ଓ ସେଠାକାର ଲୋକମାନଙ୍କ ସହ ସମନ୍ୱୟ ରଖି ଭକ୍ତମାନଙ୍କ ପାଇଁ ସୁରକ୍ଷିତ ଓ ଆଧ୍ୟାତ୍ମିକ ଅନୁଭବ ନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।
ପୁରୀ ପୋଲିସ ପକ୍ଷରୁ ଜନସାଧାରଣଙ୍କ ସୁବିଧା ଓ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ପ୍ରୟାସ ଜାରି ରହିଛି ।
