ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ ନୁହେଁ’: ସ୍ପଷ୍ଟ କଲେ ଗଜପତି ମହାରାଜା

add-all

ପୁରୀ: ଆସିଲା ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ସ୍ପଷ୍ଟୀକରଣ। ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ’ ନୁହେଁ ବୋଲି କହିଛନ୍ତି ଗତପତି ମହାରାଜା। ପ୍ରେସ୍ ରିଲିଜ୍ ଜରିଆରେ ସ୍ପଷ୍ଟ କଲେ ଗଜପତି ମହାରାଜା। ଜଗନ୍ନାଥ ଧାମ, ଶ୍ରୀପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର କୁହାଯାଇ ପାରିବନି। ମୁକ୍ତି ମଣ୍ଡପ ମତକୁ ଆଧାର କରି ମତ ରଖିଲେ ଗଜପତି ମହାରାଜା।

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂଳପୀଠ ପୁରୁଷୋତ୍ତମ କ୍ଷେତ୍ର। ଅନ୍ୟ କୌଣସି ସ୍ଥାନକୁ ଧାମ ନାଁ ଦିଆଯାଇପାରିବନି। ଜଗନ୍ନାଥଧାମ, ଶ୍ରୀପୁରୁଷୋତ୍ତମ କ୍ଷେତ୍ର ନାଁ ଦିଆଯାଇପାରିବନି। ଶ୍ରୀକ୍ଷେତ୍ର କିମ୍ବା ନୀଳାଚଳଧାମ ମଧ୍ୟ ଦିଆଯାଇ ପାରିବନି। ଅନ୍ୟ କୌଣସିଠାରେ ସମର୍ପିତ ନୈବେଦ୍ୟ ‘ଶ୍ରୀମହାପ୍ରସାଦ’ ନୁହେଁ।

ସେପଟେ ରାଜ୍ୟ ସରକାର ମନ୍ଦିରକୁ ‘ଜଗନ୍ନାଥ ଧାମ’ ଭାବରେ ପ୍ରଚାର କରିବା ଉପରେ ଆପତ୍ତି ଉଠାଉଥିବାବେଳେ ଆଜି ଦୀଘାରେ ଲାଗୁଥିବା ଜଗନ୍ନାଥ ଧାମ ନାମ ଫଳକ ହଟାଇଦିଆଯାଇଛି। ତେବେ ବିବାଦ ମଧ୍ୟରେ, ଓଡ଼ିଶା ସରକାର ରବିବାର ଦିନ ଜଗନ୍ନାଥ ଧାମ ହଟାଇବା ନେଇ ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କୁ ଏକ ଚିଠି ପଠାଇବାକୁ ଚାହୁଁଥିବା ନେଇ ମତ ଆସିବା ପରେ, ଏହି ପଦକ୍ଷେପ ସାମ୍ନାକୁ ଆସିଛି। କିନ୍ତୁ ମନ୍ଦିରର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଏବେ ବି ଜଗନ୍ନାଥ ଧାମ ଲେଖା ହୋଇଛି।

ad-week
Leave A Reply

Your email address will not be published.