ପାକିସ୍ତାନରେ ହେବ ଆବର୍ଜନାର ବନ୍ୟା!

add-all

ଜମ୍ମୁକଶ୍ମୀର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନକୁ ଚାରିପାଖରୁ ଘେରିଯିବାକୁ ପ୍ରସ୍ତୁତି ଜୋରସୋର କରିଛି।

ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିବା ପରେ ଭାରତସରକାର ପାକିସ୍ତାନରେ ଚେନାବ ନଦୀର ପାଣିକୁ ବନ୍ଦ କରିଦେଇଛନ୍ତି। ଜମ୍ମୁ କାଶ୍ମୀର ରାମବନ ଅଞ୍ଚଳରେ ଥିବା ବାଗ୍ଲିହର ଡ୍ୟାମର ସବୁ ଗେଟକୁ ଭାରତ ବନ୍ଦ କରିଛି । ଡ୍ୟାମ ବନ୍ଦ ହେବା ପରେ ପାକିସ୍ତାନକୁ ଯାଇଥିବା ଚେନାବ ନଦୀ ଶୁଖିଲା ପଡିଛି ।

ଚେନାବ ନଦୀ ଉପରେ ବାଗଲିଆର ପ୍ରକଳ୍ପ ୨୦୦୮ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା। ୨୦୦୮ ପରଠାରୁ ଆଜି ପର୍ଯ୍ୟନ୍ତ ଏହାକୁ କେବେବି କାଦୁଅମୁକ୍ତ/ଆବର୍ଜନାମୁକ୍ତ କରାଯାଇ ନଥିଲା।

ପୂର୍ବରୁ ଆବର୍ଜନାକୁ କାଢ଼ିବା ପାଇଁ ଭାରତକୁ ପାକିସ୍ତାନଠାରୁ ଅନୁମତି ନେବାକୁ ପଡୁଥିଲା। ଏଣିକି ଅନୁମତି ବିନା ଭାରତ ଆବର୍ଜନା ସଫା କରି ପାରିବ। ଭାରତ ଯଦି ଆବର୍ଜନା ସଫା କରେ ତେବେ ପାକ୍ ଅଧିକୃତକାଶ୍ମୀରରେ କାଦୁଅର ବନ୍ୟା ହେବାର ଅନେକ ଆଶଙ୍କା ରହିଛି।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସିନ୍ଧୁ ଜଳ ଚୁକ୍ତିନାମାରେ କାଦୁଅ ମୁକ୍ତ କରିବା ପୂର୍ବରୁ ପାକିସ୍ତାନର ସମ୍ମତି ରହିବାର ଏକ ବ୍ୟବସ୍ଥା ଥିଲା। ଆଜି ପର୍ଯ୍ୟନ୍ତ କେବେବି ପାକିସ୍ତାନ ସମ୍ପୂର୍ଣ୍ଣ ଭାବରେ ଆବର୍ଜନା ସଫା କରିବାର ଅନୁମତି ଦେଇନାହିଁ। ସିନ୍ଧୁ ଜଳ ଚୁକ୍ତିନାମା ବାତିଲ ହେବା ପରେ ବିଦ୍ୟୁତ୍ ଉତ୍ପାଦନ ବୃଦ୍ଧି କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ଆବର୍ଜନାମୁକ୍ତ ବା କାଦୁଅମୁକ୍ତ କରିବା ଦିଗରେ କାମ ଚାଲିଛି। ଏହି ଡ୍ୟାମରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ଆବଶ୍ୟକ ୮୪୦ ଫୁଟ ପର୍ଯ୍ୟନ୍ତ ପାଣି ବନ୍ଦ କରାଯିବ।

ad-week
Leave A Reply

Your email address will not be published.