ଗଞ୍ଜାମ ପୋଲିସ ର ସଫଳତା କୁ ନେଇ ଅନେକ ପ୍ରଶ୍ନ : ମୁଖ୍ୟ ଅଭିଯୁକ୍ତ ମାନେ ଧରା ପଡ଼ିବେ କେବେ ?..!


କେରାଣ୍ଡି ଧରାପଡିଲେ ଭାକୁର କେବେ….?


ବ୍ରହ୍ମପୁର: ଗଞ୍ଜାମ ପୋଲିସ ହାତରେ ୧୫ଟି ମାଉଜର ଏବଂ କିଛି ଅପରାଧୀ ଧରାପଡିବା ଗଞ୍ଜାମ ପୋଲିସ କୁ ବଡ଼ ସଫଳତା ମିଳିଛି ସତ । ଗଞ୍ଜାମ ଜିଲ୍ଲାର ଆଗ ଧାଡ଼ିର ବାଲି ମାଫିଆ ମାନଙ୍କୁ ରାସ୍ତାରୁ ହଟେଇବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହୋଇଆସୁଛି। କିଛି ଦିନ ପୂର୍ବେ ଜଣେ ବାଲି ମାଫିଆ ଗାଡ଼ି ଉପରେ ଆକ୍ରମଣ ହୋଇଥିବା ମଧ୍ୟ ଆଲୋଚନା ହୋଇଥିଲା। ପୋଲିସ ହାତରେ କଟକ ବନ୍ଧୁକ କାରଖାନା ହାତରେ ଲାଗିବା ପରେ ପୋଲିସ ଆକ୍ଟିଭ ମୁଡ଼ ରେ ଆସିଛି। କଟକ ବନ୍ଧୁକ ଚୋରା କାରବାର ର ଏକ ବଡ଼ ଲିଙ୍କ ଗଞ୍ଜାମ ଜିଲ୍ଲାରେ ଥିବା ପୋଲିସ ସୁରାକ ମିଳିବା ପରେ ବିକ୍ରି ହୋଇଥିବା ମାଉଜର ପୋଲିସ ଜବତ କରଛି ବୋଲି ପୋଲିସ କହିଛି । ହେଲେ ଏହି ବ୍ଲୁପ୍ରିଣ୍ଟ ର ମାଷ୍ଟେର ମାଇଣ୍ଡ ଏବେବି ଫେରାର ଅଛି। ଗଞ୍ଜାମ ଜିଲ୍ଲାର କିଛି ଆଗ ଧାଡ଼ିର ବାଲି ମାଫିଆ ମାନଙ୍କୁ ରାସ୍ତାରୁ ହଟେଇବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ପୋଲିସ ସୁରାକ ପାଇଥିଲେ ବିମୁଖ୍ୟ ମାଷ୍ଟେର ମାଇଣ୍ଡର ଟେର ଏବେବି ପୋଲିସ ପାଇ ପାରିନାହିଁ। ଚୋରା ବାଲି କାରବାର କୁ ନେଇ ଗଞ୍ଜାମ ଜିଲ୍ଲା ପୁଣି ଅଶାନ୍ତ ହେବାର ଆଭାସ ମିଳୁଛି । ପୋଲିସ ସଜାଗ ନହେଲେ ମୁଣ୍ଡ ଗଡ଼ିବା ନିଶ୍ଚିତ ବୋଲି ଆଲୋଚନା ହେଉଛି। କିଛି ବାଲି ମାଫିଆ ଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା କେତେ ବେଳେ କିଛିବି ଅଘଟଣ ଘଟି ପାରେ l ବର୍ତ୍ତମାନ ମାଫିଆ ମାନଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି ମୁଖ୍ୟତଃ ବାଲି, ମଦ ମାଫିଆ ମାନଙ୍କ ଭିତରେ ଛକା ପଞ୍ଝା ଲାଗି ରହିଛି l ଜିଲ୍ଲା ପ୍ରଶାସନ ର ଛତ୍ର ଛାୟା ତଳେ ରହି ନିଜ କାରବାର ସୁଚାର ରୂପେ ଚଳାଉଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ମାତ୍ର ଏହି ମାଫିଆ ମାନଙ୍କ ପାଇଁ ବଳି ପଡୁଛନ୍ତି ନିରୀହ ଜନ ସାଧାରଣ l ପୋଲିସ ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଅତି ଶୀଘ୍ର ଗିରଫ ନକଲେ ମୁଣ୍ଡ ଗଡିବା ସୁନିଶ୍ଚିତ ବୋଲି ଅଞ୍ଚଳ ର ବୁଦ୍ଧିଜୀବୀ ମତ ରଖିଲେଣି l ମୁଖ୍ୟତଃ ଆସିକା, ପୁରୁଷୋତ୍ତମପୁର, ଭଞ୍ଜନଗର ଏବଂ ଦିଗପହଣ୍ଡି ଅଞ୍ଚଳ ଅତି ସ୍ପର୍ଶ କାତର ତେଣୁ ପୋଲିସ ଏହାକୁ ଗୁରୁତ୍ୱ ଦେବା ଉଚ୍ଚିତ l ମାଉଜର ଜବତ ହେବା ପରେ ଏଥିରୁ ସ୍ପଷ୍ଟ ଜେ ବାରୂଦ ଗଦା ଉପରେ ଗଞ୍ଜାମ ଜିଲ୍ଲା, ତେଣୁ ମୁଖ୍ୟ ଆସାମୀ ଗିରଫ ନହେବା ଯାଏ ବିପଦ ମୁଣ୍ଡ ଉପରେ ରହିଛି ତେଣୁ ପୋଲିସ ଆଗାମୀ ପଦକ୍ଷେପ ପ୍ରତି ସାଧାରଣ ଅପେକ୍ଷା କରିଛି l

nis-ad
Leave A Reply

Your email address will not be published.