ପହଲଗାମ ପୀଡିତଙ୍କ ପାଇଁ ସମଗ୍ର ବିଶ୍ୱରେ ରାଲି ଓ ପ୍ରାର୍ଥନା ସଭା ଜାରି

add-all

ନୂଆଦିଲ୍ଲୀ : ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡିତଙ୍କ ପ୍ରତି ସମର୍ଥନ ଜଣାଇବା ପାଇଁ ସମଗ୍ର ବିଶ୍ୱରେ ଭାରତୀୟ ସମୁଦାୟ ଶାନ୍ତିପୂର୍ଣ୍ଣ ରାଲି ଏବଂ ପ୍ରାର୍ଥନା ସଭା ଜାରି ରଖିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାରେ ଜର୍ଜିଆର ଭାରତୀୟ ସମୁଦାୟ ଆଟଲାଣ୍ଟାରେ ଏକ ପ୍ରତିବାଦ ରାଲି ଆୟୋଜନ କରିଥିଲା, ଯେଉଁଥିରେ ଆମେରିକୀୟ କଂଗ୍ରେସ ସଦସ୍ୟ ରିଚ୍ ମ୍ୟାକକର୍ମିକ ଆତଙ୍କବାଦକୁ ନିନ୍ଦା କରିବା ସହ ଉଗ୍ରବାଦୀ ହିଂସାର ମୁକାବିଲା ପାଇଁ ଅନ୍ତର୍ଜାତୀୟ ଏକତା ପାଇଁ ଆହ୍ୱାନ ଦେଇଥିଲେ ।
ଚାଉମବର୍ଗର ନ୍ୟାସନାଲ ଇଣ୍ଡିଆ ହବ୍ ଶିକାଗୋରେ ଅନେକ ଭାରତୀୟ ସଂଘ ସହ ମିଶି ଏକ ସମାବେଶର ଆୟୋଜନ କରିଥିଲେ, ଯେଉଁଠାରେ ଭାରତୀୟ କନସଲ ଜେନେରାଲ ସୋମନାଥ ଘୋଷ ଏକତା, ସ୍ମୃତି ଏବଂ ସଂକଳ୍ପର ବାର୍ତ୍ତା ଦେଇଥିଲେ। ନ୍ୟୁୟର୍କର ଜ୍ୟାକସନ ହାଇଟ୍ସସ୍ଥିତ ସେଣ୍ଟ ମେରିଅଥୋଡକ୍ସ ଚର୍ଚ୍ଚରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସମ୍ପ୍ରଦାୟର ସଦସ୍ୟମାନେ ପୀଡ଼ିତମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୃଥିବୀର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ସ୍ପେନରେ ଭାରତୀୟ ପ୍ରବାସୀ ମାନେ ମାଦ୍ରୀଦର ପ୍ଲାଜା ଡି କାଲାଓଠାରେ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କାନାଡାରେ ଟରୋଣ୍ଟୋସ୍ଥିତ ଭାରତୀୟ କନସୁଲେଟ୍ ଜେନେରାଲ ବାହାରେ ଏକାଠି ହୋଇ ଲୋକମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ୱିଡେନରେ ଭାରତୀୟ ପ୍ରବାସୀମାନେ ପୀଡ଼ିତାଙ୍କୁ ସମ୍ମାନ ଜଣାଇବା ଏବଂ ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇରେ ଏକଜୁଟ ହୋଇ ଠିଆ ହେବା ପାଇଁ କିଛି ମୁହୂର୍ତ୍ତ ପାଇଁ ନୀରବତା ପାଳନ କରିଥିଲେ।

ad-week
Leave A Reply

Your email address will not be published.