ବାଲଶ୍ବର : ଭଦ୍ରକ ପୁରୁଣା ବଜାର ଥାନା ହଳଦୀଡିହ ଛକ ନିକଟରେ ବାଣ ଗୋଦାମରେ ବିସ୍ଫୋରଣ ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ୫ ଜଣ ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୨ ଗୁରୁତରଙ୍କ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ଭଦ୍ରକ ପୁରୁଣା ବଜାର ଥାନା ହଳଦୀଡିହ ଛକ ନିକଟରେ ଥିବା ଏକ ବାଣ ଗୋଦାମରେ ମଙ୍ଗଳବାର ବିସ୍ଫୋରଣ ଘଟିଥିଲା। ଏଥିରେ ୧୧ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା। ସମସ୍ତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ୨ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
