ମେ’ ୧୨ ସୁଦ୍ଧା ସିବିଏସ୍‌ଇ ଫଳ !

add-all

ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ)ଦ୍ବାରା ପରିଚାଳିତ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ମେ’ ୧୨ ସୁଦ୍ଧା ପ୍ରକାଶ ପାଇବା ସମ୍ଭାବନା ରହିିଛି। ଦଶମରେ ପ୍ରାୟ ୨୪.୧୨ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବାବେଳେ ଦ୍ବାଦଶରେ ୧୭.୮୮ଲକ୍ଷ ବିଦ୍ୟାର୍ଥୀ ଫର୍ମ ପୂରଣ କରିଥିଲେ। ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ରୁ ମାର୍ଚ୍ଚ ୧୮ପର୍ଯ୍ୟନ୍ତ ଚାଲିଥିଲା। ସେହିଭଳି ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ରୁ ଏପ୍ରିଲ ୪ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।

ଚଳିତବର୍ଷ ଦଶମ ଓ ଦ୍ବାଦଶରେ ମୋଟ ୪୨ ଲକ୍ଷ ବିଦ୍ୟାର୍ଥୀଙ୍କ ପାଇଁ ୨୬ଦେଶରେ ୭୮୪୨ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଅନ୍ୟପଟେ ଉଭୟ ଶ୍ରେଣୀର ଛାତ୍ରଛାତ୍ରୀ ଡିଜିଲକରରେ ମାର୍କସିଟ୍‌, ସାର୍ଟିଫକେଟ୍‌ ଏବଂ ମାଇଗ୍ରେସନ୍‌ ସାର୍ଟିଫିକେଟ୍‌ ରଖିପାରିବେ। କୌଣସି ସ୍ଥାନରେ ସାର୍ଟିଫିକେଟ୍‌ ଆବଶ୍ୟକ ପଡ଼ିଲେ ଛାତ୍ରଛାତ୍ରୀ ସିଧାସଳଖ ଡିଜିଲକରରୁ ତାଙ୍କ ସାର୍ଟିଫିକେଟ୍‌ ଡାଉନ୍‌ଲୋଡ କରିପାରିବେ।

ad-week
Leave A Reply

Your email address will not be published.