ଆମେ ସେନାର ସାହସକୁ ନମନ କରୁଛୁ – ମୁଖ୍ୟମନ୍ତ୍ରୀ ମୋହନ ମାଝି

add-all

ଭୁବନେଶ୍ବର: ଭାରତର ପହଲଗାମ ପ୍ରତିଶୋଧ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସଂସ୍କୃତିରେ ‘ସିନ୍ଦୂର’କେବଳ ପରମ୍ପରା ନୁହେଁ, ଏହା ତ୍ୟାଗ ଏବଂ ସଂକଳ୍ପର ପ୍ରତୀକ। ଏହି ଭାବନା ଆମ ସୈନିକମାନଙ୍କ ମନରେ ମଧ୍ୟ ରହିଛି। ଭାରତ ବର୍ତ୍ତମାନ କେବଳ ପ୍ରତିରକ୍ଷା କରୁନାହିଁ ବରଂ ସଂପୂର୍ଣ୍ଣ ଭାବରେ ଆତଙ୍କବାଦକୁ ଉଚ୍ଛେଦ କରିବାକୁ ଆଗେଇ ଚାଲିଛି। ଆମେ ସେନାର ସାହସକୁ ନମନ କରୁଛୁ। ଆମେ ସେନା ସହିତ ଅଛୁ। ଆମେ ସେନାର ବିଜୟରେ ବିଶ୍ୱାସ କରୁଛୁ। ଜୟ ହିନ୍ଦ। ଭାରତ ମାତାକୀ ଜୟ।
ପହଲଗାମ ଆତଙ୍କବାଦୀ ଆକ୍ରମଣର ୧୬ତମ ଦିନରେ, ଭାରତ ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ ଏହି ଆକ୍ରମଣର କଡ଼ା ଜବାବ ଦେଇଛି। ଏହା ସହିତ, ଭାରତ ବୁଧବାର ସକାଳେ ଆମେରିକା, ରୁଷିଆ ଏବଂ ବ୍ରିଟେନ ସମେତ ଅନେକ ପ୍ରମୁଖ ଦେଶକୁ ‘ଅପରେସନ୍ ସିନ୍ଦୂର’ କାର୍ଯ୍ୟ ବିଷୟରେ ସୂଚନା ଦେଇଛି। ଏଥିରେ ୩୦୦ର ଅଧିକ ଆତଙ୍କୀ ନିହତ ହୋଇଥିବା କୁହାଯାଉଛି।

ad-week
Leave A Reply

Your email address will not be published.