ଅପରେଶନ ସିନ୍ଦୂରର ପ୍ରଭାବ, ଭୁବନେଶ୍ୱରରୁ ବାତିଲ ହେଲା ବିମାନ ଉଡାଣ

add-all

ଭୁବନେଶ୍ୱର: ଅପରେସନ ସିନ୍ଦୂର ପରେ ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି, ଗୁରୁବାର ଓଡ଼ିଶାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନବନ୍ଦରରୁ ୨ଟି ବିମାନର ଉଡ଼ାଣକୁ ବାତିଲ କରାଯାଇଛି।
ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱରରୁ ହିଣ୍ଡନ ଗାଜିଆବାଦକୁ ବିମାନ ସେବା ବାତିଲ କରାଯାଇଛି। ନିର୍ଦ୍ଦେଶକ କହିଛନ୍ତି ଯେ, ଦେଶର ପଶ୍ଚିମ ଅଞ୍ଚଳକୁ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି ଏବଂ ବିମାନ ଉଡ଼ାଣ ବାତିଲ କରାଯାଇଛି।
ଭୁବନେଶ୍ୱରରୁ ପାଟନା ଦେଇ ଚଣ୍ଡିଗଡ଼ ଯାଉଥିବା ବିମାନକୁ ମଧ୍ୟ ବାତିଲ କରାଯାଇଥିବା ଜଣାପଡ଼ିଛି।
ଗୁରୁବାର ବିମାନବନ୍ଦରରେ ଉଡ଼ାଣ ବାତିଲକୁ ନେଇ କିଛି ଯାତ୍ରୀ ସମସ୍ୟାରେ ପଡ଼ିଥିଲେ। ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ad-week
Leave A Reply

Your email address will not be published.