ମାଙ୍କଡ଼ା ପଥର ଖଣିରେ ଚଢାଉ ଟ୍ରକ ଜବତ…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଥାନା ଅନ୍ତର୍ଗତ କୋମଣ୍ଡ ମାଙ୍କଡ଼ା ପଥର ଖଣିରେ ନୟାଗଡ଼ ଖଣି ଅଧିକାରୀ ଈଶ୍ୱର ଚନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱରେ ଚଢାଉ କରାଯାଇ ମାଙ୍କଡ଼ା ଖଣିରୁ ଗୋଟିଏ ଟ୍ରକ ଓଆର ୦୯ଇ ୧୭୬୬ ନମ୍ୱର୍ କୁ ଜବତ କରାଯାଇଛି। ଘଟଣାସ୍ଥଳରୁ ଗୋଟିଏ ଜେସିବି ସହିତ ଗୋଟିଏ ମିନିଟ୍ରକ ତୁରନ୍ତ ଚାଲିଯାଇଥିଲେ । ଖଣି ଅଧିକାରୀ ଜବତ ଟ୍ରକକୁ ଓଡ଼ଗାଁ ପୋଲିସ ର ଜିମା ଦେଇଥିଲେ । ବିଶେଷ ସୂତ୍ରରୁ ଖବର ପାଇ ନୟାଗଡ଼ ଜିଲ୍ଲା ଖଣି ଅଧିକାରୀ ତାଙ୍କର ୪ଜଣ କନିଷ୍ଠ ଖଣି ଅଧିକାରୀଙ୍କ ସହଯୋଗରେ ଗତ ରାତି ୧୦ଟା ସମୟରେ କୋମଣ୍ଡ ପଥର ଖଣିରେ ଅତର୍କିତ ଚଢ଼ାଉ କରିଥିଲେ ।ଆଗକୁ ନିୟମିତ ଚଢାଉ ଜାରି ରହିବ ବୋଲି ଖଣି ଅଧିକାରୀ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.