ଲା​‌ହୋରରେ ପାକ୍ ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କଲା ଭାରତ​‌

add-all

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ଜବାବରେ ଭାରତର ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଆତଙ୍କିତ ହୋଇପଡ଼ିଛି। ବିଳିବିଳେଇ ହୋଇଉଠି ସେ ଭାରତର ଅନେକ ସୀମାବର୍ତ୍ତୀ ଅଞ୍ଚଳରେ ଗୁଳିବର୍ଷା କରିଛି। ତେବେ ଭାରତୀୟ ସେନାର ପ୍ରତିଜବାବରେ ପାକିସ୍ତାନକୁ ବହୁତ କ୍ଷତି ସହିବାକୁ ପଡ଼ିଛି। ଭାରତ ସୀମାବର୍ତ୍ତୀ ପାକିସ୍ତାନର ସବୁଠାରୁ ବଡ଼ ସହର ଲାହୋରରେ ବ୍ୟାପକ କ୍ଷତି ଘଟିଛି। ଲାହୋରରେ ପାକିସ୍ତାନର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି ଭାରତ।
ଗୁରୁବାର ସକାଳଠାରୁ ପାକିସ୍ତାନୀ ଗଣମାଧ୍ୟମରେ ଏପରି ଖବର ପ୍ରସାରିତ ହେଉଛି ଯେ, ଲାହୋରରେ କିଛି ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। ଅନ୍ୟାନ୍ୟ ସୀମାବର୍ତ୍ତୀ ଅଞ୍ଚଳରୁ ମଧ୍ୟ ସମାନ ଖବର ଆସୁଥିଲା। ଏହାପରେ ସରକାରଙ୍କ ପିଆଇବି ପକ୍ଷରୁ ଦିନ ୨ଟା ୩୪ରେ ଏକ ବିବୃତ୍ତି ଜାରି କରାଯାଇଥିଲା। ଏଥିରେ କୁହାଯାଇଛି ଯେ, ଉତ୍ତେଜନାକୁ ଆହୁରି ବଢ଼ାଇବା ପାଇଁ ପାକିସ୍ତାନର ପ୍ରୟାସକୁ ପଣ୍ଡ କରାଯାଇଛି। ଏଥିସହ ପାକିସ୍ତାନ କାର୍ଯ୍ୟକଳାପର ଉଚିତ ଜବାବ ଦେଇଛି ଭାରତ। ବିବୃତ୍ତି ଅନୁଯାୟୀ, ଗୁରୁବାର ସକାଳେ ଦେଶର ସଶସ୍ତ୍ର ବାହିନୀ ଜବାବ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ଅନେକ ଠିକଣାକୁ ଟାର୍ଗେଟ କରିଥିଲେ। ପାକିସ୍ତାନ ଯେଉଁଭଳି ଆକ୍ରମଣ କରୁଛି, ଭାରତ ବି ଠିକ୍‌ ସେହିପରି ଜବାବ ଦେଉଛି। ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ, ଲାହୋରରେ ପାକିସ୍ତାନର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ନିଷ୍କ୍ରିୟ କରିଦେଇଛି ଭାରତ।

ad-week
Leave A Reply

Your email address will not be published.