
ଭୁବନେଶ୍ବର : ସମ୍ବଲପୁର ହୀରାକୁଦରେ ବଢିଲା ସୁରକ୍ଷା ବ୍ୟବସ୍ଥା । ଭାରତ-ପାକିସ୍ତାନ ଉତ୍ତେଜନାକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମ ଅଞ୍ଚଳ ବୁଲିବା ଉପରେ ରୋକ ଲଗାଯାଇଛି । ଆଜିଠାରୁ ପର୍ଯ୍ୟଟକଙ୍କୁ ହୀରାକୁଦ ଡ୍ୟାମ୍ ବୁଲିବା ମନା ହୋଇଛି । ସେପଟେ କେନ୍ଦ୍ରାପଡା ଜିଲାରେ ଥିବା ଲାଇଟ୍ହାଉସକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।
ସେହିପରି ଭାରତ-ପାକ୍ ଉତ୍ତେଜନାକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦର ସୁରକ୍ଷା ଶୁକ୍ରବାର ବୃଦ୍ଧି କରାଯାଇଛି । ପାରାଦୀପ ବନ୍ଦର ସୁରକ୍ଷା ସ୍ତର ୨କୁ ବୃଦ୍ଧି କରାଗଲା । ସୁରକ୍ଷା ସ୍ତର ବୃଦ୍ଧି ସହ ସମସ୍ତ ଜାହାଜ ଉପରେ ରଖାଯାଇଛି କଡା ନଜର । ସୁରକ୍ଷାକର୍ମୀଙ୍କ ସଂଖ୍ୟା ବୃଦ୍ଧି କରାଯିବା ସହ ପାଟ୍ରୋଲିଂ ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।
ସେପଟେ ସବୁ ଏଟିଏମ୍ ସହ ଡିଜିଟାଲ ସେବା ସ୍ୱାଭାବିକ ଚାଲୁଛି ବୋଲି ଏସବିଆଇ ପକ୍ଷରୁ ସୂଚନା ମିଳିଛି । କୌଣସି ଗୁଜବକୁ ବିଶ୍ୱାସ ନକରିବାକୁ ଏସବିଆଇ ପରାମର୍ଶ ଦେଇଛି ।