ଆଜି ହେବ ବଡ଼ ଆକ୍ରମଣ; ବଡ଼ ଯୁଦ୍ଧ ପାଇଁ ବଡ଼ ପ୍ରସ୍ତୁତି

add-all

ନୂଆଦିଲ୍ଲୀ: ଆଜି ହୋଇପାରେ ବଡ଼ ଆକ୍ରମଣ। ବଡ଼ ଯୁଦ୍ଧ ପାଇଁ ଚାଲିଛି ବଡ଼ ପ୍ରସ୍ତୁତି। ଭାରତ-ପାକ ଉତ୍ତେଜନା ଭିତରେ ହେଉଛି ଗୁଳିବର୍ଷା। ସୀମା ଆରପଟୁ ଜୋରଦାର ଗୁଳିଗୋଳା ମାଡ଼ କରାଯାଉଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ସେନା ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି। ସିଡିଏସ୍‌‌ ଏବଂ ୩ ସେନା ମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି।
ଏନଏସଏ ଅଜିତ ଡୋଭାଲ ମଧ୍ୟ ବୈଠକରେ ସାମିଲ ହୋଇଛନ୍ତି। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ରହିଛନ୍ତି। ପ୍ରଧାନମନ୍ତ୍ରୀଭ୍‌‌କ ବାସ ଭବନରେ ୩ଜଣ ସେନା ମୁଖ୍ୟ ଆଲୋଚନା କରିଛନ୍ତି। ଫଳରେ ପାକିସ୍ତାନ ଉପରେ ବଡ଼ ଆକ୍ରମଣ ନେଇ ଭାରତର ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି।

ad-week
Leave A Reply

Your email address will not be published.