ମଇ ୨୭ ତାରିଖ ସୁଦ୍ଧା କେରଳ ଛୁଇଁବ ମୌସୁମୀ

add-all

ଭୁବନେଶ୍ବର: ଏଥର ସଅଳ ଆସିବ ମୌସୁମୀ। ଗତ ବର୍ଷ ମଇ ୩୦ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁଥିଲା । ହେଲେ ୨୦୨୫ରେ ମଇ ୨୭ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ମୁଖ୍ୟ ଭୂଖଣ୍ଡ କେରଳ ନିକଟରେ ଛୁଇଁବା ସମ୍ଭାବନା ରହିଛିl ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାକୁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଆସନ୍ତା ମେ’ ୨୭ ବେଳକୁ ‌ମୌସୁମୀ ଭାରତ ଭୂଖଣ୍ଡରେ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି।

ଏଥିସହ ଚଳିତ ମୌସୁମୀ ଋତୁରେ ସାରା ଦେଶରେ ସ୍ବାଭାବିକ ବର୍ଷା ହେବା ନେଇ ଆକଳନ କରାଯାଇଛି। ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଠିକ୍ ସମୟରେ ଓଡ଼ିଶା ଛୁଇଁବ। ସ୍ବାଭାବିକ ବର୍ଷା ମଧ୍ୟ ହେବ। ସମୁଦ୍ର ଓ ବାୟୁମଣ୍ଡଳର ସ୍ଥିତିରୁ ବିଶ୍ବର ପ୍ରମୁଖ ପାଣିପାଗ ସଂସ୍ଥାଗୁଡ଼ିକ ସଂଗ୍ରହ କରିଥିବା ତଥ୍ୟ ଅନୁଯାୟୀ ଏଭଳି ଆକଳନ କରାଯାଇଛି।

୨୦୦୫ରୁ ୨୦୨୪ ଯାଏ କେବଳ ଗୋଟିଏ ବର୍ଷ(୨୦୧୫)କୁ ବାଦ୍ ଦେଲେ ଅନ୍ୟ ସବୁ ଥରର ଆକଳନ ସଠିକ୍ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ad-week
Leave A Reply

Your email address will not be published.