୪ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ, ଆହୁରି ୫ ଡିଗ୍ରୀ ବଢିବ ତାପମାତ୍ରା

add-all

ଭୁବନେଶ୍ୱର: ମେ ୧୪ ପର୍ଯ୍ୟନ୍ତ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିବ। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ସୂଚନା ଦେଇଛି।

ମେ ୧୦ ରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର, ପୁରୀ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ ଏବଂ ଯାଜପୁର ଜିଲ୍ଲା କିଛି ସ୍ଥାନରେ ଗରମ ଏବଂ ଗୁଳୁଗୁଳି ଜାରି ରହିବ।

ମେ ୧୧ ରୁ ୧୪ ପର୍ଯ୍ୟନ୍ତ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ ଏବଂ ଯାଜପୁର ପାଇଁ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରାଯାଇଛି।

ମେ ୧୧ରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଫେରିବାର ସମ୍ଭାବନା ଅଛି। ଆଗାମୀ ଚାରି ଦିନ ମଧ୍ୟରେ ବିଭିନ୍ନ ସ୍ଥାନଗୁଡ଼ିକ ପାଇଁ ୟେଲୋ ସତର୍କତା ଜାରି କରାଯାଇଛି।

ମେ ୧୧: ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼ ଏବଂ ସମ୍ବଲପୁର।

ମେ ୧୨: ଝାରସୁଗୁଡା, ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ ଏବଂ ସମ୍ବଲପୁର ଜିଲ୍ଲା।

ମେ ୧୩: ଝାରସୁଗୁଡା, ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ, କଳାହାଣ୍ଡି ଏବଂ ସମ୍ବଲପୁର ।

ମେ ୧୪: ଝାରସୁଗୁଡା, ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ, କଳାହାଣ୍ଡି, ଅନୁଗୁଳ, ନୟାଗଡ଼ ଏବଂ ସମ୍ବଲପୁର।

ସେହିପରି ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ଦିନର ତାପମାତ୍ରା ୩-୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ad-week
Leave A Reply

Your email address will not be published.