ସାରା ଓଡ଼ିଶାରେ ହାଇଆର୍ଲଟ: ପରିସ୍ଥିତି ଅନୁସାରେ ନିଆଯିବ ପଦକ୍ଷେପ

add-all

ଭୁବନେଶ୍ବର: ସାରା ଓଡ଼ିଶାକୁ ହାଇଆର୍ଲଟରେ ରଖାଯାଇଛି। ପରିସ୍ଥିତି ଅନୁସାରେ ନିଆଯିବ ଆକ୍ସନ। ଓଡ଼ିଶାର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନୁଷ୍ଠିତ ବୈଠକ ପରେ ଏଭଳି ସୂଚନା ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର।
ସେ କହିଛନ୍ତି, ଓଡ଼ିଶାର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନୁଷ୍ଠିତ ବଡ଼ ଧରଣର ବୈଠକରେ ଅନେକଗୁଡ଼ିଏ ପଦକ୍ଷପ ନିଆଯାଇଛି I ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି। ଇଣ୍ଟରନାଲ ଡ୍ୟାମ, ଓ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ଦ୍ବିଗୁଣିତ କରି ଦିଆଯାଇଛିI
ଏନେଇ ଡିଫେନ୍ସ ଫୋର୍ସ,ସେଣ୍ଟ୍ରାଲ ଏଜେନ୍ସି ସହିତ ବି ଆଲୋଚନା କରାଯାଇଛି I ସମସ୍ତ ଏସପି ମାନଙ୍କୁ କିଛି ଗୁପ୍ତ ତଥ୍ୟ ବି ଦିଆଯାଇଛି I ପରିସ୍ଥିତି ଅନୁସାରେ ଆକ୍ସନ ନିଆଯିବ I

୧୧ କିଲୋମିଟର ଥିବା ତଟବର୍ତ୍ତୀ ଅଞ୍ଚଳକୁ ନଜରରେ ରଖାଯାଇଛି I ସୁରକ୍ଷାକୁ ଆହୁରି ବଢ଼ାଇ ଦିଆଯାଇଛି I ବେଆଇନ ଭାବରେ କିମ୍ବା ବିନା ଲାଇସେନ୍ସରେ ଡ୍ରୋନ, ରେଡ ଜୋନରେ ଡ୍ରୋନ ଦେଖାଗଲେ ଡାଉନ କରିଦେବ ପୁଲିସ I ଅର୍ଥାତ ଟିକେ ବି ସନ୍ଦେହ ହେଲେ, ତଳକୁ ଖସାଇବା ବ୍ୟବସ୍ଥା କରାଯିବI 

ad-week
Leave A Reply

Your email address will not be published.