ସାଧାରଣ ନାଗରିକ ଓ ଡାକ୍ତରଖାନାକୁ ଟାର୍ଗେଟ କରୁଛି ପାକିସ୍ତାନ: ବିଦେଶ ମନ୍ତ୍ରଣାଳୟ

add-all

ଭାରତର ଆକ୍ରମଣରେ ପାକିସ୍ତାନ ବହୁ କ୍ଷତି ଘଟିଛି। ହେଲେ ପାକିସ୍ତାନ ସାମାଜିକ ଗଣମାଧ୍ୟମ ଓ ନିଜର ଗଣମାଧ୍ୟମ ଜରିଆରେ ଅନ୍ତର୍ଜାତୀୟ ସ୍ତରରେ ଭାରତ ବିରୋଧରେ ବହୁ ମିଥ୍ୟା ଖବର ଏବଂ ଗୁଜବ ପ୍ରସାରଣ କରୁଛି ବୋଲି ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଶନିବାର କୁହାଯାଇଛି।

ଅପରେସନ ‘ସିନ୍ଦୂର’କୁ ନେଇ ବିଦେଶ ମନ୍ତ୍ରଣାଳୟ ଏବଂ ସେନାର ମିଳିତ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନର ଚାଲ୍‌ ବିଷୟରେ ସୂଚନା ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଭାରତର କୌଣସି କ୍ଷତି ହୋଇନାହିଁ। କିନ୍ତୁ ପାକିସ୍ତାନ ଭାରତର ବହୁ କ୍ଷତି ହୋଇଛି ବୋଲି କହୁଛି। ଏହା ସମ୍ପୂର୍ଣ୍ଣ ମିଥ୍ୟା। ଭାରତର ପ୍ରତିରକ୍ଷା ବ୍ୟବସ୍ଥା -ଏସ-୪୦୦କୁ ପାକିସ୍ତାନ ଧ୍ବଂସ କରିଥିବା ଖବର ବି ମିଥ୍ୟା। ବରଂ ଭାରତର ଆକ୍ରମଣରେ ପାକିସ୍ତାନର ବହୁ କ୍ଷତି ଘଟିଛି।

ପାକିସ୍ତାନ ଭାରତୀୟ ନାଗରିକ ଏବଂ ଡାକ୍ତରଖାନାକୁ ଟାର୍ଗେଟ କରି ଆକ୍ରମଣ କରୁଛି। ନାଗରିକ ବିମାନକୁ ଢାଲ କରି ଡ୍ରୋନ ସହାଯ୍ୟରେ ଆକ୍ରମଣ କରୁଛି। ପାକିସ୍ତାନର ମାନସିକତା ଓ ଉଦ୍ଦେଶ୍ୟ ଠିକ ନାହିଁ। ଶୁକ୍ରବାର ରାତିରେ ଏକ ବଡ଼ ଦ୍ରୁତଗାମୀ କ୍ଷେପଣାସ୍ତ୍ର ଦ୍ଵାରା ପାକ୍‌ ଭାରତ ଉପରେ ଆକ୍ରମଣ ଊଦ୍ୟମ କରିଥିଲା, ଯାହାକୁ ସେନା ପଣ୍ଡ କରିଦେଇଛି। ପାକିସ୍ତାନ ଡ୍ରୋନ, ଦୂରଗାମୀ ଓ ଦ୍ରୁତଗାମୀ କ୍ଷେପଣାସ୍ତ୍ର, ଲଢ଼ୁଆ ବିମାନ ବ୍ୟବହାର କରି ୨୬ରୁ ଅଧିକ ସ୍ଥାନକୁ ଟାର୍ଗେଟ କରିଛି। ଉଧମପୁର, ପଠାନକୋଟ, ଆଦମପୁର, ଭୁଜ ଏବଂ ଭଟିଣ୍ଡାସ୍ଥିତ ବାୟୁସେନା ଘାଟି ଉପରେ ଆକ୍ରମଣ ଉଦ୍ୟମ କରିଛି।  ପାକିସ୍ତାନର ପ୍ରତ୍ୟେକ ଆକ୍ରମଣର ଦୃଢ଼ ଜବାବ ଦିଆଯାଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ବିଦେଶ ସଚିବ ବିକ୍ରମ ମିସ୍ରି, କଲୋନେଲ ସୋଫିଆ କ୍ୟୁରେସୀ ଓ ଓ୍ବିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.