ଭାରତ ଆମ ଉପରେ ଆକ୍ରମଣ କରିନି: ତାଲିବାନ

add-all

କାବୁଲ : ନିଜର ମିଛ କହିବା ଅଭ୍ୟାସ ଛାଡ଼ିପାରିନାହିଁ ପାକିସ୍ତାନ । ଆଫଗାନିସ୍ତାନକୁ ନେଇ ପାକିସ୍ତାନ କହିଥିବା ମିଛର ପର୍ଦ୍ଦାଫାସ କରିଛି ଖୋଦ ତାଲିବାନ । ପାକିସ୍ତାନ ସେନା ନିଜର ସମ୍ବାଦିକ ସମ୍ମିଳନୀରେ କହିଥିଲା ଯେ ଭାରତ ଆଫଗାନିସ୍ତାନ ଉପରେ ଡ୍ରୋନ ଓ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । କିନ୍ତୁ ଏହା ମିଛ ବୋଲି ତାଲିବାନ କହିଛି ।

ପାକିସ୍ତାନର ଏପରି ଦାବିକୁ ଆଫଗାନିସ୍ତାନ ମିଥ୍ୟା ବୋଲି କହିଛି। ତାଲିବାନ ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର ଏନାତୁଲ୍ଲା ଖାୱାରଜାମି କହିଛନ୍ତି ଯେ ଆଫଗାନ ମାଟିରେ ଭାରତର କ୍ଷେପଣାସ୍ତ୍ର ପଡ଼ିବା ନେଇ ପାକିସ୍ତାନ ଯେଉଁ ଅଭିଯୋଗ କରୁଛି ତାହା ସମ୍ପୂର୍ଣ୍ଣ ମିଥ୍ୟା। ସେହିପରି ଆଜି ଏକ ଆଫଗାନିସ୍ତାନ ଗଣମାଧ୍ୟମ ସଂଗଠନ ହୁରିୟତ ରେଡିଓ ଇଂରାଜୀ କହିଛି ଯେ ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପାକିସ୍ତାନର ମିଛର ପର୍ଦ୍ଦାଫାସ କରିଛି। ଏପରି ମିଛ କହି ପାକିସ୍ତାନ ଭାରତ ଓ ଆଫଗାନିସ୍ଥାନ ମଧ୍ୟରେ ଥିବା ସଂପର୍କକୁ ଖରାପ କରିବାକୁ ଚେଷ୍ଟା କରୁଥିବାବେଳେ ତାଲିବାନ ହିଁ ଏହି ମିଛର ପର୍ଦ୍ଦାଫାଶ କରିଛି ।

ସୂଚନାଯୋଗ୍ୟ ଯେ, ଭାରତ ପରି ଆଫଗାନିସ୍ତାନ ସହ ମଧ୍ୟ ପାକିସ୍ତାନର ସୀମା ବିବାଦ ରହିଛି । ଏହାକୁ ନେଇ ତାଲିବାନ ଓ ପାକିସ୍ତାନ ମଧ୍ୟରେ ମତଭେଦ ବଢିବାରେ ଲାଗିଛି ।

ad-week
Leave A Reply

Your email address will not be published.