ଭାରତ-ପାକିସ୍ତାନ ବିବାଦ: ସେନାବାହିନୀକୁ ଦୃଢ଼ ସମର୍ଥନ କରିବାପାଇଁ ରାଜ୍ୟପାଳଙ୍କ ଆହ୍ବାନ

youtube

ଭୁବନେଶ୍ୱର: ପହଲଗାମରେ ସମ୍ପ୍ରତି ଘଟିଯାଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ଘଟଣା ଏବଂ ତତ୍ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉପୁଜିଥିବା ଘଟଣା କ୍ରମ ପରିପ୍ରେକ୍ଷୀରେ ଶନିବାର ଅପରାହ୍ନରେ ରାଜଭବନର ନ୍ୟୁ ଅଭିଷେକ ହଲ ଠାରେ ଏକ ସ୍ବତନ୍ତ୍ର ବୈଠକ ଆୟୋଜିତ ହୋଇଯାଇଛି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ବିଭିନ୍ନ ଗୋଷ୍ଠୀର ପ୍ରତିନିଧି ମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ । ୨୬ ନିରୀହ ଲୋକଙ୍କ ଜୀବନ ନେଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଗଭୀର ଦୁଃଖ ପ୍ରକାଶ କରି ଡ. କମ୍ଭମପତି । ଏହି ସମୟରେ ରାଜ୍ୟପାଳ କହିଛନ୍ତିଯେ, ଆତଙ୍କବାଦର କୌଣସି ଧର୍ମ ନାହିଁ, ହିଂସାର କୌଣସି ଶାସ୍ତ୍ର ନାହିଁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି କହିଛନ୍ତି ।

ରାଜ୍ୟପାଳ ଆହୁରି କହିଛନ୍ତି ଯେ, ଏହା କେବଳ ନିରୀହ ନାଗରିକଙ୍କ ଉପରେ ଆକ୍ରମଣ ନୁହେଁ ବରଂ ଭାରତର ଧାରଣା, ଆମର ଏକତା, ଗଣତନ୍ତ୍ର ଏବଂ ଶାନ୍ତି ଉପରେ ଆକ୍ରମଣ । ରାଜ୍ୟପାଳ ସୂଚନା ଦେଇ କହିଥିଲେ ଯେ, ସଶସ୍ତ୍ର ବାହିନୀ ଅପରେସନ ସିନ୍ଦୂର ଆରମ୍ଭ କରିଛି, ଯେଉଁଥିରେ ସୀମାପାର ଆତଙ୍କବାଦୀ ଶିବିର ଗୁଡ଼ିକୁ ଟାର୍ଗେଟ କରି ସଠିକ୍ ଆକ୍ରମଣ କରାଯାଇଛି । ଆମର ସାହସୀ ସୈନିକମାନେ ଆମର ସାର୍ବଭୌମତ୍ୱକୁ ରକ୍ଷା କରିବା ଆଗଧାଡିରେ ଛିଡ଼ା ହୋଇଛନ୍ତି । ଏହି ଗୁରୁତ୍ବପୂର୍ଣ୍ଣ ସମୟରେ ଆମକୁ ସେମାନଙ୍କ ପଛରେ ଦୃଢ଼ ଭାବରେ ଛିଡ଼ା ହେବାକୁ ପଡ଼ିବ ବୋଲି ରାଜ୍ୟପାଳ କହିଛନ୍ତି ।

ଏହା ସହିତ ସମସ୍ତେ ପରଲୋକଗତ ଏବଂ ଆହତଙ୍କ ପାଇଁ ପାର୍ଥନା କରିବାକୁ କହିଥିଲେ ରାଜ୍ୟପାଳ । ଏବଂ ଶିକ୍ଷାନୁଷ୍ଠାନ ଗୁଡିକ ଏକତା ପ୍ରଦର୍ଶନ କରିବା ନିମନ୍ତେ ଜାତୀୟ ପତାକା ଉଡ଼ାଇବାକୁ କହିଥିଲେ । ବିଶ୍ୱାସ, ଭାଷା ଏବଂ ରୀତିରେ ବିବିଧତା ଥିଲେ ମଧ୍ୟ ଆମର ରାଷ୍ଟ୍ର ଏବଂ ଏହାର ମୂଲ୍ୟବୋଧକୁ ରକ୍ଷା କରିବା ପାଇଁ ଆମେ ଏକତାବଦ୍ଧ ବୋଲି ବାର୍ତ୍ତା ଦେବାକୁ ଆହ୍ବାନ ଜଣାଇଥିଲେ ।

ଭାରତ କେବେ ଆତଙ୍କବାଦ ଆଗରେ ନତ ହେବନାହିଁ । ଆମର ଶକ୍ତି, ଆମର ଏକତା ଏବଂ ଆମକୁ ସୁରକ୍ଷା ଦେଉଥିବା ଲୋକଙ୍କ ପ୍ରତି ଆମର ଅଟଳ ସମର୍ଥନ ରହିଛି ବୋଲି ସମଗ୍ର ବିଶ୍ୱକୁ ବାର୍ତ୍ତା ଦେବାକୁ ରାଜ୍ୟପାଳ ଆହ୍ବାନ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବୈଠକରେ ଯୋଗଦେଇ ଉଦବୋଦନ ଦେଇ କହିଥିଲେ ଯେ, ଆତଙ୍କବାଦ ମାନବତା ବିରୁଦ୍ଧରେ ଏକ ଯୁଦ୍ଧ । ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଯେତେବେଳେ ଦେଶକୁ ଆବଶ୍ୟକତା ପଡ଼ିଥାଏ, ସେତେବେଳେ ସମସ୍ତ ଗୋଷ୍ଠୀ କିପରି ଏକାଠି ହୁଅନ୍ତି ବୋଲି ଅବତାରଣା କରିବା ସହିତ ଅବଦୁଲ ହମିଦଙ୍କ ସାହସିକତା ଏବଂ ବଳିଦାନର ଉଦାହରଣ ଦେଇଥିଲେ । ଭାରତୀୟ ଭାବେ ଆମର ସର୍ବୋତ୍ତମ ପରିଚୟ ରହିଛି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ ବୋଲି କହିବା ସହିତ ସମସ୍ତେ ଏକଜୁଟ ହୋଇ ଦେଶ ପାଇଁ ନିଜର କର୍ତ୍ତବ୍ୟ ନିଭାଇବାକୁ ଆହ୍ବାନ ଜଣାଇଥିଲେ ।

Leave A Reply

Your email address will not be published.