ଅପରେସନ୍ ସିନ୍ଦୂରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ଵପୂର୍ଣ୍ଣ ବୈଠକ

add-all

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂରକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଅସ୍ତ୍ର ବିରତି ପରେ ୩ ସେନା ମୁଖ୍ୟଙ୍କ ସହ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ବୈଠକରେ ସିଡିଏସ୍ ଅନୀଲ ଚୌହାନ୍ , ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍  ପ୍ରମୂଖ ସାମିଲ ହୋଇଛନ୍ତି। ଗତକାଲି ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି ପରେ ସୀମାରେ ଏବେ କିଛି ମାତ୍ରାରେ ଶାନ୍ତି ଫେରୁଛି। କାଲି ସନ୍ଧ୍ୟା ସମୟରେ ଅସ୍ତ୍ର ବିରତି ହୋଇଥିଲା। ଏହାର ଠିକ୍ ୩ ଘଣ୍ଟା ପରେ ପାକିସ୍ତାନ ଅସ୍ତ୍ରବିରତି ଉଲଂଘନ କରିଥିଲା। ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ର ବିରତି ପାଇଁ ଚୁକ୍ତି ଭିତରେ ବି କଟକଣା ଜାରି ରହିବ। ବ୍ୟବସାୟୀକ ସମ୍ପର୍କ ବନ୍ଦ ରହିବ। ଦୂତାବାସ ରାଜନୀତିଜ୍ଞଙ୍କୁ ଫେରାଇ ଅଣାଯିବନାହିଁ। ପାକିସ୍ତାନ ଉପରେ ଆର୍ଥିକ କ୍ଷେତ୍ରରେ ଲଗାଯାଇଥିବା ପ୍ରତିବନ୍ଧକ ଜାରି ରହିବ।

ad-week
Leave A Reply

Your email address will not be published.