ନିଖୋଜ କୃଷି ବୈଜ୍ଞାନିକଙ୍କ ମୃତଦେହ ନଦୀରୁ ଉଦ୍ଧାର, ୨୦୨୨ ମସିହାରେ ପାଇଥିଲେ ପଦ୍ମଶ୍ରୀ ପୁରସ୍କାର

youtube

ପୂର୍ବତନ କୃଷି ବୈଜ୍ଞାନିକ ତଥା ପଦ୍ମଶ୍ରୀ ବିଜେତା ଡ.ସୁବନ୍ନା ଆୟାପ୍ପନ ମୃତଦେହ ନଦୀରୁ ଉଦ୍ଧାର । ଗତ ୬ ଦିନ ହେଲାଣି ବୈଜ୍ଞାନିକ ଜଣକ ନିଖୋଜ ରହିଥିଲେ । କର୍ଣ୍ଣାଟକର ଶ୍ରୀରଙ୍ଗପାଟଣାରେ ଥିବା ସାଇ ଆଶ୍ରମ ନିକଟ କାବେରୀ ନଦୀ କୂଳରୁ ପୋଲିସ ଉଦ୍ଧାର କରିଛି । ପୋଲିସ ବର୍ତ୍ତମାନ ଏହାର ତଦନ୍ତ କରୁଛି ।

ସୂଚନାନୁଯାୟୀ, କୃଷି ବୈଜ୍ଞାନିକ ଜଣକ ମହୀଶୂରର ବିଶେଶ୍ବର ନଗରରେ ତାଙ୍କ ସ୍ତ୍ରୀ  ଏବଂ ଝିଅ ସହିତ ରହୁଥିଲେ । ହଠାତ୍ ଡ.ସୁବନ୍ନା ଆୟାପ୍ପନ(୭୦)ମେ ୭ ତାରିଖରେ ନିଖୋଜ ହୋଇଯାଇଥିଲେ । ପୋଲିସ ସୂଚନା ପାଇ ଶ୍ରୀରଙ୍ଗପାଟନାର ସାଇ ଆଶ୍ରମ ନିକଟରେ ଥିବା କାବେରୀ ନଦୀ କୂଳରୁ ଶନିବାର ସନ୍ଧ୍ୟା ସମୟରେ ତାଙ୍କ ମୃତଦେହ ଉଦ୍ଧାର କରିଥିଲା । ନଦୀ କୂଳରୁ ତାଙ୍କ ସ୍କୁଟିକୁ ମଧ୍ୟ ପୋଲିସ ଟିମ୍ ଜବତ କରିଥିଲା । ମୃତଦେହ ଉଦ୍ଧାର କରି ମାମଲା ରୁଜୁ କରିଛି ପୋଲିସ । ମୃତ୍ୟୁର କାରଣ ଖୋଜିବାକୁ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ସେ ନିଜ ଜୀବନ ହାରିଛନ୍ତି କି ତାଙ୍କୁ କେହି ହତ୍ୟା କରିଛି ପୋଲିସ ଏହାର ତଦନ୍ତ କରୁଛି ।

ଆୟାପନ ୧୦ ଡିସେମ୍ବର ୧୯୫୫ ରେ କର୍ଣ୍ଣାଟକର ଚାମରାଜାନଗରର ୟାଲାନ୍ଦୁର ଜନ୍ମଗ୍ରହଣ କରିଥିଲେ ।  ୧୯୭୫ ମସିହାରେ ବ୍ୟାଚଲର ଅଫ୍ ଫିସରିଜ ସାଇନ୍ସ ଗ୍ରାଜୁଏସନ କରିଥିଲେ । ୧୯୭୭ରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ୧୯୮୮ ମସିହାରେ ବେଙ୍ଗାଲୁର କୃଷି ବିଶ୍ୱବିଦ୍ୟାଳୟରେ ପିଏଚଡି ଲାଭ କରିଥିଲେ ।

ତାଙ୍କ କ୍ୟାରିୟରରେ ଗୋଟିଏ ପରେ ଗୋଟିଏ କରି ପାହାଚ ଚଢିବାରେ ସଫଳତା ହାସଲ କରିପାରିଥିଲେ । ସେ ମୁମ୍ବାଇର CIFE ଏବଂ ଭୁବନେଶ୍ବରର CIFAରେ ନିର୍ଦ୍ଦେଶକ ଭାବରେ କାମ କରିଥିଲେ । କେବଳ ସେତିକି ନୁହେଁ NABL ଏବଂ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର CAUର ଅଧ୍ୟକ୍ଷ ଥିଲେ । ଇମ୍ଫାଲର କୁଳପତି ମଧ୍ୟ ଥିଲେ । ୨୦୨୨ ମସିହାରେ ସେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ ।

Leave A Reply

Your email address will not be published.