ଅପରେସନ ‘ସିନ୍ଦୂର’ ପରେ ୧୫ ଲକ୍ଷ ସାଇବର ଆଟାକ କଲେଣି ପାକିସ୍ତାନୀ ହ୍ୟାକର୍ସ

add-all

ପହଲଗାଓଁ ଆକ୍ରମଣ ପରେ ଆତଙ୍କବାଦୀଙ୍କ ବିରୋଧରେ ଭାରତ ଆରମ୍ଭ କରିଥିବା ଅପରେସନ ‘ସିନ୍ଦୂର’ ପାକିସ୍ତାନ ସରକାରଙ୍କ ନିଦ ହଜାଇ ଦେଇଛି। ଅସ୍ତ୍ର ଯୁଦ୍ଧରେ ପାକିସ୍ତାନ ଭାରତକୁ ପରାସ୍ତ କରିବାରେ ବିଫଳ ହୋଇଛି। ତେଣୁ ଭାରତକୁ ଦୁର୍ବଳ କରିବା ଲାଗି ପାକିସ୍ତାନ ବର୍ତ୍ତମାନ ହ୍ୟାକର୍ସଙ୍କ ସାହାରା ନେଇଛି। ଅପରେସନ ସିନ୍ଦୂର ପରଠାରୁ ପାକ୍ ହ୍ୟାକର୍ସ ଭାରତର ୧୫ ଲକ୍ଷରୁ ଅଧିକ ଓ୍ବେବସାଇଟ୍‌କୁ ଆକ୍ରମଣ କରିଛନ୍ତି। କିନ୍ତୁ ସେମାନଙ୍କୁ ବିଶେଷ ସଫଳତା ମିଳିନାହିଁ।

ମହାରାଷ୍ଟ୍ର ସାଇବର ପାକିସ୍ତାନର ୭ଟି ହ୍ୟାକର୍ସ ଗ୍ରୁପକୁ ଚିହ୍ନଟ କରିଛି। ଏସବୁ ଆଡଭାନ୍ସଡ ପର୍ସିଷ୍ଟେଣ୍ଟ ଥ୍ରେଟ୍‌ (ଏପିଟି) ଗ୍ରୁପ। ଏହି ୭ଟି ଗ୍ରୁପ ହିଁ ଭାରତ ବିରୋଧରେ ହୋଇଥିବା ସାଇବର ଆଟାକ ପାଇଁ ଦାୟୀ। ଏହି ଗ୍ରୁପଗୁଡ଼ିକ ଗତ ୧ସପ୍ତାହ ମଧ୍ୟରେ ୧୫ ଲକ୍ଷରୁ ଅଧିକ ଭାରତୀୟ ଓ୍ବେବସାଇଟ୍‌କୁ ଆକ୍ରମଣ କରିଛନ୍ତି। ମାତ୍ର ସେଥିରୁ ମାତ୍ର ୧୫୦ ଓ୍ବେବସାଇଟକୁ ହ୍ୟାକ କରିବାରେ ହ୍ୟାକର୍ସ ସଫଳ ହୋଇଛନ୍ତି ବୋଲି ପିଟିଆଇ ସୂତ୍ରରୁ ଜଣାପଡ଼ିଛି।

ad-week
Leave A Reply

Your email address will not be published.