ତୈଳ ଜାହାଜରେ ୨୧ ପାକିସ୍ତାନୀ କ୍ରିୟୁ ମେମ୍ବର, ଯାଞ୍ଚ କରୁଛନ୍ତି କୋଷ୍ଟ ଗାର୍ଡ

add-all

ପାରାଦୀପ :  ତୈଳ ଜାହାଜରେ ପାକିସ୍ତାନୀ କ୍ରିୟୁ ମେମ୍ବର । ପାରାଦୀପ ବନ୍ଦର SPM ବର୍ଥରେ ଲାଗିଲା ଅଶୋଧିତ ତୈଳ ନେଇ ଆସିଥିବା ଜାହାଜ । ତୈଳ ଜାହାଜ ଦକ୍ଷିଣ କୋରିଆରୁ ପଣ୍ୟ ନେଇ ପାରାଦୀପକୁ ଆସିଛି । ଜାହାଜରେ ଅଛନ୍ତି ୨୫ ଜଣ କ୍ରିୟୁ ମେମ୍ବର । ୨୧ ପାକିସ୍ତାନୀ କ୍ରୀୟୁ ମେମ୍ବର ଥିବାର ସୂଚନା ଇମିଗ୍ରେସନ ବିଭାଗରୁ ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି । ତୈଳ ଖଲାସ ହେବ ପର୍ଯ୍ୟନ୍ତ ମେରାଇନ ପୋଲିସ,ପାରାଦୀପ ବନ୍ଦର,କଷ୍ଟମ ବିଭାଗ ନଜର ରଖିବାକୁ ନିର୍ଦ୍ଦେଶ ଦେଲେ କଷ୍ଟମ ବିଭାଗ ।

କୋଷ୍ଟ ଗାର୍ଡ ପକ୍ଷ ରୁ ନଜର ରହିଛି। ସେମାନଙ୍କୁ ପାରାଦୀପ ବନ୍ଦରକୁ ଆସିବାକୁ ଦିଆଯିବ ନାହିଁ। ତୈଳ ଖଲାସ ପରେ ସେମାନେ ସେଠାରୁ ପଳାଇବେ। ଏନେଇ ସୂଚନା ଦେଇଛନ୍ତି କୋଷ୍ଟ ଗାର୍ଡ ADG ଅରୁଣ ବୋଥ୍ରା। ଅନ୍ୟପଟେ ADG ଆଇନ ଶୃଙ୍ଖଳା ସଞ୍ଜୟ କୁମାର କହିଛନ୍ତି, ଏହି ଘଟଣା ନେଇ ଆମର ନଜର ରହିଛି। ଏବେ ଜାହାଜ ହାଇ ସି ରେ ରହିଛି। କୋଷ୍ଟ ଗାର୍ଡ ଯାଞ୍ଚ କରୁଛନ୍ତି। ପାରାଦ୍ଵୀପ ବନ୍ଦର କର୍ତ୍ତୁପକ୍ଷ ମଧ୍ୟ ନଜର ରଖିଛନ୍ତି।

ad-week
Leave A Reply

Your email address will not be published.