ଆଇନଜୀବୀ ଭାବେ ସ୍ୱୀକୃତି ପାଇଁ ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗ, ଅର୍ଚ୍ଚନା ନାଗଙ୍କୁ କାରଣ ଦର୍ଶାଅ ନୋଟିସ

youtube

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅର୍ଚ୍ଚନା ନାଗଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛି। ମେ ୧୦ରେ ଆଇନଜୀବୀ ଭାବେ ସ୍ୱୀକୃତି ପାଇବା ପାଇଁ ଏକ ଆବେଦନ କରିଛନ୍ତି। ଅର୍ଚ୍ଚନା ଏହି ଆବେଦନପତ୍ରରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଚାଇଥିବା ଅଭିଯୋଗ ରହିଛି। ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା ସମ୍ପର୍କରେ ସେ ଜାଣିଶୁଣି ଭୁଲ ସୂଚନା ଦେଇଥିବା ପରିଷଦ ଦାବି କରିଛି।

ଅର୍ଚ୍ଚନା ୨୦୨୪ ସେପ୍ଟେମ୍ବର ୨ ତାରିଖରେ ଆଇନଜୀବୀ ଭାବେ ନାମ ଲେଖାଇବା ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କ ଆବେଦନପତ୍ର ଯାଞ୍ଚ କରିବା ପରେ ପରିଷଦ ଜାଣିପାରିଛି ଯେ, ସେ ନିଜ ବିରୋଧରେ ଚାଲିଥିବା ମାମଲା ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି। ଆବେଦନପତ୍ରର ୨୦ ନମ୍ବର କଲମରେ ଅପରାଧିକ ମାମଲା ସମ୍ପର୍କୀତ ପ୍ରଶ୍ନର ଉତ୍ତରରେ ସେ ‘ନା’ ଲେଖିଥିଲେ, ଯାହା ଏକ ଗୁରୁତର ତଥ୍ୟ ଲୁଚାଇବାର ଉଦାହରଣ ବୋଲି ବାର କାଉନସିଲ କହିଛି।

ମେ ୧୩ରେ ଜାରି ହୋଇଥିବା ନୋଟିସରେ ଅର୍ଚ୍ଚନାଙ୍କୁ ୭ ଦିନ ମଧ୍ୟରେ ଜବାବ ଦେବାକୁ କୁହାଯାଇଛି। ଯଦି ସେ ନିର୍ଦ୍ଧାରିତ ସମୟରେ ଜବାବ ନ ଦିଅନ୍ତି, ତାହେଲେ ପରିଷଦ ଏକତରଫା ଭାବେ ଯଥୋଚିତ ପଦକ୍ଷେପ ନେବ ବୋଲି ଚେତାବନୀ ଦେଇଛି।

ଅର୍ଚ୍ଚନା ୨୦୨୨ରେ ଏକ ହନି-ଟ୍ରାପ ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ଅର୍ଚ୍ଚନା ନାଗ ଗିରଫ ହୋଇଥିଲେ। ସେ ଭୁବନେଶ୍ୱରର ଝାରପଡ଼ା ଜେଲରେ ପ୍ରାୟ ୧୪ ମାସ ଥିଲେ। ୨୦୨୩ ଡିସେମ୍ବରରେ ଜେଲରୁ ମୁକୁଳିବା ପରେ ସେ ଆଇନ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ, ଯେଉଁଥିପାଇଁ ସେ ଜେଲ ଭିତରେ ପାଠ ପଢୁଥିଲେ।

Leave A Reply

Your email address will not be published.