ଶିଶୁପୁତ୍ରକୁ ଅପହରଣ କଲା ଧରମ ମାମୁଁ, ସାଲିଆସାହିରୁ ଉଦ୍ଧାର କଲା ପୋଲିସ

add-all

ଭୁବନେଶ୍ବର : ଶିଶୁପୁତ୍ରକୁ ଅପହରଣ କଲା ଧରମ ମାମୁଁ। ଅପହରଣର ୩ ଘଣ୍ଟା ଭିତରେ ଶିଶୁପୁତ୍ରକୁ ଭୁବନେଶ୍ବର ସାଲିଆସାହିରୁ ଉଦ୍ଧାର କରିଛି ପୋଲିସ । ଭୁବନେଶ୍ବର ଭୋଇନଗରରୁ ଶିଶୁ ଅପହରଣ ଅଭିଯୋଗ ହୋଇଥିଲା। ୪ବର୍ଷର ଶିଶୁପୁତ୍ର ଘର ବାହାରେ ଖେଳୁଥିବା ବେଳେ ଧରମ ମାମୁ ଅପହରଣ କରି ନେଇଥିଲା । ଗିରଫ ଅଭିଯୁକ୍ତ ହେଲେ ଅଭିଷେକ ଦିଗଲ ଓରଫ ସୋନୁ। ବେଙ୍ଗାଲୁରୁରେ ଅଭିଯୁକ୍ତ ସହିତ ଶିଶୁର ବାପାମାଆଙ୍କ ଦେଖାହେଇଥିଲା।

ଅଭିଯୋଗକାରିଣୀ ଗୋରିତା ସିଂ, ସୋନୁକୁ ଧରମ ଭାଇ କରିଥିଲେ। ପରବର୍ତ୍ତୀ ସମୟରେ ଗୋରିତା ଭୁବନେଶ୍ୱର ଫେରି ଆସି ନିଜ ସ୍ୱାମୀ ଓ ପିଲାଙ୍କ ସହ ରହିଥିଲେ। ଧରମ ଭାଇ ହିସାବରେ ସୋନୁକୁ ଗୋରିତା ଘରକୁ ନିମନ୍ତ୍ରଣ କରିଥିଲେ। ତେବେ ଘର ଭିତରେ ସ୍ୱାମୀ ସ୍ତ୍ରୀ ଥିବା ବେଳେ ବାହାରେ ଖେଳୁଥିବା ୪ବର୍ଷ ଶିଶୁକୁ ନେଇ ଫେରାର ହୋଇଯାଇଥିଲା ସୋନୁ। ସନ୍ଧ୍ୟା ବେଳେ ସହିଦ ନଗର ଥାନାରେ ଶିଶୁର ଅପହରଣ ନେଇ ଅଭିଯୋଗ ହୋଇଥିଲା। ସହିଦନଗର ଥାନା ପୋଲିସ ସାଲିଆ ସାହିରୁ ଶିଶୁକୁ ଉଦ୍ଧାର କରିବା ସହ ଅପହରଣକାରୀ ସୋନୁକୁ ଗିରଫ କରିଛି।

ad-week
Leave A Reply

Your email address will not be published.